ରୋଷେଇ ଘରେ ଏହି ସାମଗ୍ରୀକୁ ଭୁଲରେ ବି ରଖନ୍ତୁ ନାହିଁ

ରୋଷେଇ ଘରେ ଏହି ସାମଗ୍ରୀକୁ ଭୁଲରେ ବି ରଖନ୍ତୁ ନାହିଁ

ରୋଷେଇ ଘରେ ଏହି ସାମଗ୍ରୀକୁ ଭୁଲରେ ବି ରଖନ୍ତୁ ନାହିଁ

ରୋଷେଇ ଘରେ ମାତା ଅନ୍ନପୂର୍ଣ୍ଣା ବାସ କରନ୍ତି ବୋଲି କୁହାଯାଏ। ଏମିତି ବି କୁହାଯାଏ ଯଦି ରୋଷେଇ ଘରେ କୈାଣସି ପ୍ରକାର ନକରାତ୍ମକ ଶକ୍ତି ଥାଏ ତେବେ ପୂରା ପରିବାରକୁ ହଇରାଣରେ ପକାଇଦେବ। ଘରର ମହିଳାମାନେ ଅଧିକ ସମୟ ଧରି ରୋଷେଇ ଘରେ ରହିଥାନ୍ତି। ଖାଇବା ବନାଇବା ସମୟରେ ଯଦି ମହିଳାଙ୍କ ଦେହରେ ନକରାତ୍ମକ ଶକ୍ତି ପଶେ ତେବେ ତାହା ଖାଦ୍ୟ ମାଧ୍ୟମରେ ଘରର ଅନ୍ୟ ସମସ୍ତ ସଦସ୍ୟଙ୍କ ଶରୀରକୁ ପ୍ରବେଶ କରିଥାଏ। ଫଳରେ ଘରେ ଅଶାନ୍ତି ଓ ଧନହାନି ଦେଖାଦେଇଥାଏ। ତେଣୁ ବାସ୍ତୁ ଅନୁସାରେ ରୋଷେଇ ଘରର ସମସ୍ତ ଜିନିଷ ଠିକ୍ ସ୍ଥାନରେ ରହିବା ନିହାତି ଜରୁରୀ। ତେବେ ଆସନ୍ତୁ ଜାଣିବା ରୋଷେଇ ଘରର ସାମଗ୍ରୀକୁ କେଉଁ ସ୍ଥାନରେ ରଖିବେ ଓ କେଉଁ ସ୍ଥାନରେ ରଖିବେ ନାହିଁ।

୧. ରୋଷେଇ ଘର ସର୍ବଦା ଦକ୍ଷିଣ ପୂର୍ବ ସ୍ଥାନରେ ରହିବା ଦରକାର। ଏହା ଦ୍ବାରା ଧନ ବୃଦ୍ଧି ହୋଇଥାଏ।
୨. ରୋଷେଇ ଘରର କବାଟ ପୂର୍ବ, ଉତ୍ତର-ପୂର୍ବ କିମ୍ବା ଉତ୍ତରରେ ରହିବା ଦରକାର। ଦକ୍ଷିଣ ଏବଂ ପଶ୍ଚିମରେ ଭୁଲ୍ ରେ ବି କରିବେ ନାହିଁ ରୋଷେଇ ଘର।
୩. ଖାଦ୍ୟ ବନାଇବା ସମୟରେ ଦକ୍ଷିଣ-ପୂର୍ବ ଅଥବା ଅଗ୍ନିକୋଣରେ ଚୁଲାକୁ ଏମିତି ରଖିବ ଯେ ରୋଷେଇ କରୁଥିବା ମହିଳା କିମ୍ବା ପୁରୁଷର ମୁହଁ ଯେମିତି ପୂର୍ବ କିମ୍ବା ଉତ୍ତରକୁ ରହିବ।
୪. ବିଜୁଳି ସାମଗ୍ରୀ ଯଥା ମାଇକ୍ରୋଓ୍ବେବ୍କୁ ଦକ୍ଷିଣ-ପୂର୍ବ କୋଣରେ ରଖିବେ। ବାସନ ଷ୍ଟାଣ୍ଡକୁ ଦକ୍ଷିଣ-ପଶ୍ଚିମ ଦିଗରେ ରଖିବେ।
୫. ଖାଇବା ସାମଗ୍ରୀକୁ ଉତ୍ତର-ପଶ୍ଚିମରେ ରଖିବେ। ଅନ୍ୟ ଦିଗରେ ବିଲକୁଲ୍ ବି ରଖିବେ ନାହିଁ।
୬. ଓ୍ବାଶିଂ ମେସିନକୁ ଅଥବା କୈାଣସି ପାଣି ସାମଗ୍ରୀକୁ ରୋଷେଇ ଗୃହ ଆଡ଼କୁ ମୁହଁ କରି ରଖିବେ ନାହିଁ।