କେମିତି ପ୍ରସ୍ତୁତ କରିବା ବନ୍ଧାକୋବି ବରା ଆସନ୍ତୁ ଜାଣିବା

କେମିତି ପ୍ରସ୍ତୁତ କରିବା ବନ୍ଧାକୋବି ବରା ଆସନ୍ତୁ ଜାଣିବା

କେମିତି ପ୍ରସ୍ତୁତ କରିବା ବନ୍ଧାକୋବି ବରା ଆସନ୍ତୁ ଜାଣିବା
ପ୍ରଣାଳୀ: ପ୍ରଥମେ ବିରିଡାଲିକୁ ଭଲ ଭାବେ ଧୋଇ ସଫା କରିଦିଅନ୍ତୁ । ତା ପରେ ତାକୁ ଗୋଟିଏ ଘଣ୍ଟା ପର୍ଯ୍ୟନ୍ତ ପାଣିରେ ଭିଜେଇ ରଖନ୍ତୁ । ଏକ ଘଣ୍ଟା ପରେ ବିରିକୁ ପାଣିରୁ ଛାଣି ଅଲଗା ପାତ୍ରରେ ରଖି ଦିଅନ୍ତୁ । ତା ପରେ ଆଉ ଏକ ପାତ୍ର ନେଇ ସେଥିରେ ବିରିଡାଲି, କଟା କଞ୍ଚାଲଙ୍କା, ହେଙ୍ଗୁ ଓ ଭଲ ଭାବେ ଗ୍ରାଇଣ୍ଡିଂ କରି ବ୍ୟାଟର ବା ଆଣ ପ୍ରସ୍ତୁତ କରନ୍ତୁ । ଏହି ବ୍ୟାଟର୍ରେ କଟା ବନ୍ଧାକୋବି, କଟା ପିଆଜ ଓ ସିଝା ଗ୍ରୀନ ମଟର ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ । ତା ପରେ ଗ୍ୟାସର କଡେଇ ବସାଇ ତେଲ ଦିଅନ୍ତୁ । ତେଲ ଭଲ ଭାବେ ଗରମ ହୋଇଗଲେ ଗୋଟିଏ ପାତ୍ରରେ ପାଣି ନିଅନ୍ତୁ । ହାତକୁ ପାଣିରେ ଓଦା କରି ବ୍ୟାଟରକୁ ନେଇ ବରା ଆକୃତିର ଗୋଲ କରି ତେଲରେ ଛାଣନ୍ତୁ । ବରାର ଦୁଇପଟ ଭଲ ଭାବେ ଲାଲ ହୋଇଗଲେ ଅନ୍ୟ ଏକ ପାତ୍ରକୁ କାଢ଼ି ଦିଅନ୍ତୁ । ଚଟଣୀ ସହିତ ଗରମ ଗରମ ନିଜେ ଖାଆନ୍ତୁ ଓ ଅନ୍ୟମାନଙ୍କୁ ଖାଇବାକୁ ପରଷି ଦିଅନ୍ତୁ ।