ବ୍ରେଡ ରୋଲ

ବ୍ରେଡ ରୋଲ

ବ୍ରେଡ ରୋଲ
ସାମଗ୍ରୀ: - ୧୨ ପିସ ବ୍ରେଡ - ୨୫୦ ଗ୍ରାମ ଆଳୁ - ଗୋଟିଏ ପିଆଜ - ଦେଢ ସେମି ଅଦା - ୫ଟା କଂଚାଲଙ୍କା - ଛାଣିବା ପାଇଁ ତେଲ - ଦରକାର ମୁତାବକ ଲୁଣ ପ୍ରଣାଳୀ: ଆଳୁ ସିଝାଇ ଲୁଣ ଦେଇ ଭଲଭାବରେ ଚକଟି ନିଅ । ପିଆଜ , ଅଦା ଓ କଂଚାଲଙ୍କା ବାଟି ରଖ । କଡାଇରେ ୧ ଟେବୁଲ ଚାମଚ ତେଲ ଦେଇ ବଟା ମସଲାକୁ ବାଦାମୀ ରଙ୍ଗ ହେବା ପର୍ଯ୍ୟନ୍ତ ଭାଜ । ସେଥିରେ ଆଳୁ ଚକଟା ପକାଇ ୨ ମିନିଟ ଭାଜି ଓହ୍ଳାଇ ଦେଇ ୧୨ ଭାଗ କରି ନିଅ । ଗୋଟିଏ ଥାଳିରେ କିଛି ପାଣି ରଖି ୧ ଚା ଚାମଚ ଲୁଣ ଦେଇ ଗୋଳାଇ ନିଅ । ସେଥିରେ ଗୋଟିଏ ଗୋଟିଏ ପିସ ବୁଡାଇ ନେଇ ଦୁଇ ହାତ ପାପୁଲିରେ ଚାପି ଚାପି ପାଣି ବାହାର କରି ଦେଇ ସେଥିରେ ଗୋଟିଏ ଭାଗ ପୁର ଦେଇ ହାତରେ ଚାପି ଚାପି ସୁନ୍ଦର ଗୋଲ ସାଇଜର କରିବେ । ଦେଖିବାକୁ ଯେପରି ଟର୍ଚ୍ଚ ବେଟାରୀ ପରି ହୁଏ । ତେଲ ଗରମ କରି ୨/୩ ଟା କରି ଛାଣି ଟମାଟୋ ସସ ସାଙ୍ଗରେ ଖାଇବାକୁ ଦେବେ । ବ୍ରେଡ ରୋଲରେ ଭେଜି ଟେବୁଲ ପୁର,ମାଂସ ପୁର ଓ ମାଛ ପୁର ଦେଇପାରନ୍ତି ।