ପୋଟଳ ଚପ

ପୋଟଳ ଚପ

ପୋଟଳ ଚପ
ସାମଗ୍ରୀ: - ୧୨ଟା ପୋଟଳ - ୨୫୦ ଗ୍ରାମ ଆଳୁ - ଗୋଟିଏ ପିଆଜ - ୬ ପାଖୁଡା ରସୁଣ - ୭ଟା କଂଚାଲଙ୍କା - ଦେଢ ସେମି ଅଦା - ଅଧକପ ମଇଦା - ଛାଣିବା ପାଇଁ ତେଲ - ଦରକାର ମୁତାବକ ଲୁଣ ପ୍ରଣାଳୀ: ପିଆଜ, ଅଦା, ରସୁଣ ଓ କଂଚାଲଙ୍କା ଛୋଟ ଛୋଟ କାଟି ରଖ । ଆଳୁ ସିଝାଇ ଚୋପା ଛଡାଇ ଚକଟି ରଖ । କଡାଇରେ ୧ ଟେବୁଲ ଚାମଚ ତେଲ ଦେଇ ପିଆଜ, ଅଦା, ଲଙ୍କା କଟା ଦେଇ ଭାଜ । ଭଜା ବାଦାମୀ ରଙ୍ଗ ହୋଇଗଲେ ସେଥିରେ ଆଳୁ ଚକଟା ସହ ଲୁଣ ଦେଇ ଟିକିଏ ସମୟ ଭାଜି ଓହ୍ଳାଇ ଦିଅ । ପୋଟଳକୁ ଟିକିଏ ଆଚୁଡି ନେଇ ଦୁଇ ପାଖରୁ ଟିକିଏ ଟିକିଏ କାଟି ଦେଇ ପେଟ ପାଖରୁ ଫାଳେ ଚିରି ଦିଅ । ଆଙ୍ଗୁଠି ପୂରାଇ ସବୁ ମଞ୍ଜି ବାହାର କରି ନିଅ । ମଞ୍ଜିଗୁଡିକ ଅନ୍ୟ କୌଣସି ମିଶା ତରକାରିରେ ପକାଇ ଦେବେ । ଆଳୁ ପୁରକୁ ପୋଟଳ ଭିତରେ ଆସ୍ତେଆସ୍ତେ ପୂରାଅ । ମଇଦାକୁ ପାଣି ଦେଇ ଗୋଳାଇ ନେଇ ପୋଟଳର ଖୋଲା ମୁହଁରେ ଲଗାଇ ଦିଅ । କଡାଇରେ ତେଲ ଗରମ ହେଲେ ମଇଦାକୁ ପୁଣି ଥରେ ଲଗାଇ ତେଲରେ ଛାଣିବେ । ଆସ୍ତେ ଆସ୍ତେ ଓଲଟାଇବେ ଯେପରି ମଇଦା ବାହାରି ନଯାଏ । ଆଳୁ ଜାଗାରେ ଚିଙ୍ଗୁଡି କିମ୍ବା ଅନ୍ୟ ମାଛର ପୁର ମଧ୍ୟ ଦେଇପାରନ୍ତି ।