ଏହି ଶୀତଦିନରେ ଘରେ ପ୍ରସ୍ତୁତ କରନ୍ତୁ ଟେଷ୍ଟି ‘ମସାଲା ଫୁଲକୋବି ଭର୍ତ୍ତା’

ଏହି ଶୀତଦିନରେ ଘରେ ପ୍ରସ୍ତୁତ କରନ୍ତୁ ଟେଷ୍ଟି ‘ମସାଲା ଫୁଲକୋବି ଭର୍ତ୍ତା’

ଏହି ଶୀତଦିନରେ ଘରେ ପ୍ରସ୍ତୁତ କରନ୍ତୁ ଟେଷ୍ଟି ‘ମସାଲା ଫୁଲକୋବି ଭର୍ତ୍ତା’
ଫୁଲ କୋବି ତ ସମସ୍ତେ ଖାଇଥିବେ | ଶୀତଦିନରେ ଫୁଲକୋବି ଭଜା, ଫୁଲକୋବି ତରକାରୀ ପ୍ରାୟତ ସମସ୍ତଙ୍କର ନିତିଦିନିଆ ଖାଦ୍ୟ ହୋଇଥାଏ | ବହୁ ଜଣ ଚିଲି ଫୁଲକୋବି ଓ ଫୁଲ କୋବି ପକୋଡା ପରି ସ୍ୱାଦିଷ୍ଟ ବ୍ୟଞ୍ଜନ ଘରେ ବନେଇ ତାର ମଜା ନେଇଥାନ୍ତି | କିନ୍ତୁ ଫୁଲ କୋବି ଭର୍ତ୍ତା ପରି ଏକ ନିଆରା ବ୍ୟଞ୍ଜନର ସ୍ୱାଦ କେହି ହୁଏତ ନେଇ ନ ଥିବ | ତେବେ ଆସନ୍ତୁ ଏ ବର୍ଷର ଶୀତ ଦିନରେ ଫୁଲ କୋବି ଭର୍ତ୍ତା ଘରେ ପ୍ରସ୍ତୁତ କରି ଏହାର ମଜା ନିହାତି ନିଅନ୍ତୁ | ଅନ୍ୟ ସଦସ୍ୟ ମାନଙ୍କୁ ବି ଖୁଆନ୍ତୁ | ଆବଶ୍ୟକୀୟ ସାମଗ୍ରୀ; ଫୁଲ କୋବି- ୧ କେଜି ମଟର – ଅଧା କପ ଟମାଟର- ୨ଟି ପିଆଜ-ଗୋଟେ ରସୁଣ- ସାତ ପାଖୁଡା ଅଦା- ୨ ଇଞ୍ଚର ଖଣ୍ଡେ କଞ୍ଚା ଲଙ୍କା- ୪ଟି ଲେମ୍ବୁରସ- ଗୋଟେ ଛୋଟ ଚାମଚ ହଳଦୀ- ଗୋଟେ ଛୋଟ ଚାମଚ ଶୁଖିଲା ଲଙ୍କା ଗୁଣ୍ଡ-ଗୋଟେ ଚାମଚ ରାଶି- ଗୋଟେ ଚାମଚ ଜିରା – ଗୋଟେ ଛୋଟ ଚାମଚ ପାନ ମାଧୁରୀ- ଗୋଟେ ଚାମଚ ଗରମ ମସଲା- ଗୋଟେ ଚାମଚ ତେଲ ଲୁଣ- ଆବଶ୍ୟକତା ଅନୁଯାୟୀ ସଜାଇବା ପାଇଁ ଧନିଆ ପତ୍ର ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଫୁଲକୋବି, ଟମାଟୋ ଓ ପିଆଜକୁ ଛୋଟ ଛୋଟ ଖଣ୍ଡରେ କାଟି ନିଅନ୍ତୁ | ଏବେ ଚୁଲିରେ ଏକ ପ୍ୟାନ ବସାଇ ସେଥିରେ ତେଲ ଗରମ କରନ୍ତୁ | ତେଲ ଗରମ ହୋଇଗଲେ ଏଥିରେ ପିଆଜ ପକାଇ ବାଦାମୀ ରଙ୍ଗର ହେବା ପର୍ଯ୍ୟନ୍ତ ଭାଜନ୍ତୁ | ଏବେ ସେଥିରେ ଅଦା, ରସୁଣ, ଟମାଟୋ ପକାଇ ଭଲକି ଭାଜି ହେବା ପର୍ଯ୍ୟନ୍ତ ଚଡି ଦିଅନ୍ତୁ | ଏବେ ସେଥିରେ ଫୁଲ କୋବି ଓ ମଟର ପକାନ୍ତୁ | ଏହା ନରମ ହୋଇଯିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ | ନରମ ହୋଇଆସିଲେ ଏକ ଚାମଚ ସାହାଯ୍ୟରେ ତାହାକୁ ଭଲଭାବେ ମିଶାଇ ଦିଅନ୍ତୁ | ଏବେ ସେଥିରେ ଲେମ୍ବୁ ରସ ଓ ଧନିଆ ପତ୍ର ପକାଇ ଭଲକି ମିଶିବା ପର୍ଯ୍ୟନ୍ତ ଚୁଲିରେ ବସାନ୍ତୁ | ଏବେ ଏହାକୁ ଏକ ସର୍ଭିଙ୍ଗ ବାଉଲରେ କାଢି ଦିଅନ୍ତୁ | ଏବେ ସେଥିରେ କିଛି ବଟର ପକାଇ ରୋଟି କିମ୍ବା ପରଠା ସହ ଖାଇବାକୁ ଦିଅନ୍ତୁ |