ଅଶ୍ୱିନୀଙ୍କ ନାମାଙ୍କନବେଳେ ବିଜେଡିରୁ କେହି ଆସିଲେନି

ଅଶ୍ୱିନୀଙ୍କ ନାମାଙ୍କନବେଳେ ବିଜେଡିରୁ କେହି ଆସିଲେନି

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ଆଜି ଅଶ୍ୱିନୀ ବୈଷ୍ଣବ ନାମାଙ୍କନ ଭରିଛନ୍ତି । ଅଶ୍ୱିନୀ ବୈଷ୍ଣବଙ୍କ ସହ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିଜେପିର ସମସ୍ତ ବିଧାୟକ ଉପସ୍ଥିତ ଥିଲେ  । ୧୦ ଜଣ ପ୍ରସ୍ତାବକଙ୍କ ଉପସ୍ଥିତିରେ ଅଶ୍ୱିନୀ ୨ ସେଟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି  । ଓଡିଶାରୁ ତୃତୀୟ ପ୍ରାର୍ଥୀ ଭାବେ ସେ ନାମାଙ୍କନ ଦାଖଲ କରିଛନ୍ତି  । ଅଶ୍ୱିନୀ ବୈଷ୍ଣବ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଥିବାବେଳେ ବିଜେଡି ପକ୍ଷରୁ ସମର୍ଥନ କରାଯାଇଛି । ତେବେ ସବୁଠାରୁ ବଡ଼ କଥା ହେଲା ଯେ ଆଜି ଅଶ୍ୱିନୀ ବୈଷ୍ଣବଙ୍କ ପ୍ରାର୍ଥôପତ୍ର ଦାଖଲ ବେଳେ ବିଜେଡି ପକ୍ଷରୁ କେହି ଉପସ୍ଥିତ ନଥିଲେ ।  ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । କିନ୍ତୁ ୨୦୧୯ ମସିହାରେ ଅଶ୍ୱିନୀ  ବୈଷ୍ଣବଙ୍କ ପ୍ରାର୍ଥôପତ୍ର ଦାଖଲ ବେଳେ ଏଭଳି ପରିସ୍ଥିତି ଦେଖିବାକୁ ମିଳିନଥିଲା ।  ଆସନ୍ତା ୨୭ ତାରିଖରେ ରାଜ୍ୟସଭା ନିର୍ବାଚନ ତାରିଖ ଧାର୍ୟ୍ୟ କରାଯାଇଥିବା ବେଳେ ଆଜି ପାର୍ଥ୍ରୀପତ୍ର ଦାଖଲ କରିବାର ଶେଷଦିନ ରହିଛି । ତେବେ ସଠିକ ସମୟରେ ବିଧାନସଭା ଯାଇ ଦାଖଲ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଗତ ୧୩ ତାରିଖରେ ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ଶୁଭାଶିଷ ଖୁଣ୍ଟିଆ ଏବଂ ଦେବାଶିଷ ସାମନ୍ତରାୟ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନାମାଙ୍କନ ଭରିଥିଲେ ।

ବୁଧବାର ଦିନ ଓଡିଶାରେ ଖାଲି ପଡିଥିବା ତୃତୀୟ ରାଜ୍ୟସଭା ଆସନ ପାଇଁ ଅଶ୍ବିନୀ ବୈଷ୍ଣବଙ୍କ ନାଁ ଘୋଷଣା କରିଥିଲା ବିଜେପି । ଏହାପରେ ବିଜୁ ଜନତା ଦଳ ପକ୍ଷରୁ ଅଶ୍ବିନୀ ବୈଷ୍ଣବଙ୍କୁ ସମର୍ଥନ ନେଇ ଘୋଷଣା ହୋଇଥିଲା । ବିଜେଡ଼ି ସମର୍ଥନ କରିବା ପରେ ଅଶ୍ବିନୀ ଜିତିବା ନିଶ୍ଚିତ ହୋଇଯାଇଛି । ୨୦୧୯ର ପୁନରାବୃତ୍ତି ହୋଇଛି। ପୁଣି ଥରେ ଓଡ଼ିଶାରୁ ରାଜ୍ୟସଭା ଯିବେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ବିଜେପି ଅଶ୍ବିନୀଙ୍କୁ ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ତାଙ୍କ ପ୍ରାର୍ଥୀତ୍ବକୁ ସମର୍ଥନ ଘୋଷଣା କରିଛି ବିଜେଡି । ରାଜ୍ୟର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଅଶ୍ବିନୀଙ୍କୁ ସମର୍ଥନ ଦେଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ତେବେ ବିଜେଡିର ସମର୍ଥନ ଘୋଷଣା ପରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଥିଲେ ଯେ ଆମେ କାହାକୁ ସମର୍ଥନ ମାଗିନାହୁଁ । ଆମ ପାଖରେ ପ୍ରସ୍ତାବକ ଅଛନ୍ତି, ଆମେ ପ୍ରାର୍ଥୀ ଦେଲୁ । ବିଜେପି ପ୍ରାର୍ଥୀଙ୍କୁ ବିଜେଡି କାହିଁକି ସମର୍ଥନ କଲା, ସେ କଥା ସେମାନଙ୍କୁ ପଚାରନ୍ତୁ ବୋଲି ଶ୍ରୀ ସାମଲ କହିଥିଲେ । ଏଥିସହ ମେଣ୍ଟ ସମ୍ଭାବନାକୁ ସଫା ସଫା ମନା କରିଦେଇଥିଲେ ଶ୍ରୀ ସାମଲ । ମେଣ୍ଟ ଆଦୌ ହେବନି । ଆମେ ଏକାକୀ ଲଢିବୁ । ସରକାର କରିବୁ ବୋଲି ଶ୍ରୀ ସାମଲ କହିଥିଲେ ।