ଗାର୍ଲିକ ପନିର

ଗାର୍ଲିକ ପନିର

ଗାର୍ଲିକ ପନିର
ଗାର୍ଲିକ ପନିର ସାମଗ୍ରୀ -କଟା ପିଆଜ: ୨୫୦ ଗ୍ରାମ - ରସୁଣ:୮କୋଲା - ନାଲି ଶୁଖିଲା ଲଙ୍କା:୮ଟା - ଭିନେଗାର:୧ ଚାମଚ - ଚିନି: ୧/୨ ଚାମଚ - କଟା ପିଆଜ: ୧ କପ - କଟା ରସୁଣ: ୧ ଚାମଚ - କଟା ଅଦା: ୧/୨ ଚାମଚ - କଟା ଧନିଆ ପତ୍ର: ୨ ଚାମଚ - ସ୍ୱାଦ ଅନୁସାରେ ଲୁଣ - ଆବଶ୍ୟକ ଅନୁଯାୟୀ ତେଲ ପ୍ରଣାଳୀ ପ୍ରଥମେ ରସୁଣ କୋଲା ,ନାଲି ଶୁଖିଲା ଲଙ୍କା, ଭିନେଗାର, ଲୁଣ, ଚିନି ଓ ପାଣି ଦେଇ ଭଲ ଭାବେ ଗ୍ରାଇଣ୍ଡିଂ କରି ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ତାପରେ ଗ୍ୟାସରେ କଡେଇ ବସାଇ ତେଲ ଦିଅନ୍ତୁ । ତେଲ ଗରମ ହୋଇଗଲା ପରେ କଟା ପିଆଜ ପକାଇ ଭାଜନ୍ତୁ । ପିଆଜ ଲାଲ ହୋଇ ଆସିଲେ ସେଥିରେ କଟା ରସୁଣ ଓ କଟା ଅଦା ପକାଇ କିଛି ସମୟ ପର୍ଯ୍ୟନ୍ତ ଭାଜନ୍ତୁ । ତା ପରେ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ମିଶ୍ରଣକୁ ସେଥିରେ ପକାଇ କଷନ୍ତୁ । ମସଲା ଟିକେ କଷି ହୋଇଗଲା ପରେ କଟା ପନିରକୁ ପକାଇ ଭଲ ଭାବେ ଗୋଳାଇ ଦେଇ ୫ ମିନିଟ ପର୍ଯ୍ୟନ୍ତ ଏହାକୁ ଫୁଟିବାକୁ ଛାଡି ଦିଅନ୍ତୁ । ପାଂଚ ମିନିଟ ପରେ ଗ୍ୟାସ ବନ୍ଦ କରି ଗୋଟିଏ ପାତ୍ରକୁ କାଢି ଦିଅନ୍ତୁ । ସେଥିରେ ଧନିଆ ପତ୍ରକୁ କାଢି ପକେଇ ଗରମ ରୁଟି ସହ ନିଜେ ଖାଇବା ସହିତ ଅନ୍ୟମାନଙ୍କୁ ଖୁଆନ୍ତୁ ।