ରୋଷେଇ ଘର ସମ୍ପର୍କରେ କିଛି ଜାଣିବା କଥା

ରୋଷେଇ ଘର ସମ୍ପର୍କରେ କିଛି ଜାଣିବା କଥା

ରୋଷେଇ ଘର ସମ୍ପର୍କରେ କିଛି ଜାଣିବା କଥା
ପ୍ରତିଦିନ ରାତି ପାହିବା ପରଠାରୁ ରାତିରେ ଶୋଇବା ପର୍ୟ୍ୟନ୍ତ ରୋଷେଇ ଘରେ କିଛି ନା କିଛି କାମ ରହିଥାଏ । ଏହା ସହିତ କର୍ମବହୁଳ ଜୀବନ ଭିତରେ, ପ୍ରତିଦିନ ରୋଷେଇ ଘର ବା ରୋଷେଇ ଘରେ ବ୍ୟବହୃତ ହେଉଥିବା ଜିନିଷ ଭଲଭାବେ ସଫା କରିବାକୁ ସମୟ ମିଳିନଥାଏ । ଯାହା ଫଳରେ ପ୍ରତିଦିନ ରୋଷେଇ କରିବା ଫଳରେ, ତେଲ ଛିଟିକି ରୋଷେଇ ଘର କାନ୍ଥ ଅସନା ଦେଖାଯାଇଥାଏ । ଠିକ୍ ଏହିଭଳି ଆହୁରି ମଧ୍ୟ ଅନେକ୍ ଜିନିଷ ଅଛି ଯାହା କିଛି ଦିନ ବ୍ୟବହାର କରିବା ପରେ ସଫା ନକଲେ , ତାହା ଅସନା ହୋଇଥାଏ । ତେବେ ଏସବୁ ଜିନିଷ ସହଜରେ ସଫା କରିବା ପାଇଁ ଆସନ୍ତୁ ଜାଣିବା ସେ ସମ୍ପର୍କରେ କିଛି ଜାଣିବା କଥା । -ରୋଷେଇ ଘର କାନ୍ଥ ଯଦି ତେଲ ଛିଟିକା ପଡି ଅସନା ହୋଇଥାଏ, ତେବେ ତାକୁ ମଝିରେ ମଝିରେ ତାରପିନ୍ ଲଗାଇ ଏକ କପଡାରେ ପୋଛିବା ଦ୍ୱାରା ତାହା ସଫା ହୋଇଥାଏ । -ପ୍ରାୟତଃ ଅଧିକାଂଶ ଲୋକ ରୋଷେଇ ଘରେ କଟାକଟି ପାଇଁ ଚପିଙ୍ଗ୍ ବୋର୍ଡ ବ୍ୟବହାର କରିଥାନ୍ତି । ତେବେ ଏଥିରେ ବାରମ୍ବାର ପରିବା କଟାକଟି କରିବା ଦ୍ୱାରା, ଏହା ଅପରିଷ୍କାର ହେବା ସହିତ ଏଥିରେ ଜୀବାଣୁ ଜମାଟ ବାନ୍ଧିଥାଏ । ଏହାକୁ ସଫା କରିବା ପାଇଁ , ଫାଳେ ଲେମ୍ବୁ ଏବଂ ତା ସହିତ କିଛି ଲୁଣ ନେଇ ଚପିଙ୍ଗ୍ ବୋର୍ଡକୁ ଏହି ଲେମ୍ବୁରେ ଘଷି ପାଣିରେ ଧୋଇବା ଦ୍ୱାରା ଏହା ପରିଷ୍କାର ହୋଇଥାଏ । -ରେଷେଇ ଘରେ ଲାଗିଥିବା ରଙ୍ଘସଗ୍ଧ ଲବଦ୍ଭ କୁ ପ୍ରତିଦିନ ସଫା କରିବା ସମ୍ଭବ ନୁହେଁ । ତେଣୁ ଏହା ତେଲିଆ ଏବଂ ଅପରିଷ୍କାର ହୋଇଯାଏ । ତେବେ ଏହାକୁ ସଫା କରିବା ପାଇଁ ପ୍ରଥମେ ଏହାର ପ୍ଲଗକୁ ବାହାର କରିବେ । ଏହାପରେ ସାମ୍ନାରେ ଲାଗିଥିବା ଜାଲିକୁ କାଢିବେ । ଏହାପରେ ତୁଳରେ କିଛି ନଡିଆ ତେଲ ନେଇ ଫ୍ୟାନର ପକ୍ଷୀରେ ଲଗାଇ ୧୦ ରୁ ୧୫ ମିନିଟ ଯାଏଁ ଏହାକୁ ରଖିବା ପରେ , ଏକ ମୋଟା କପଡାରେ ଏହାକୁ ପୋଛିବେ । ଠିକ୍ ସେହିପରି ଏହାର ସାମ୍ନା ଜାଲିକୁ ମଧ୍ୟ ପାଣିରେ ଡିଟରଜେଣ୍ଟ ଗୋଳାଇ ବ୍ରଶ ସାହାଯ୍ୟରେ ଏହାକୁ ନେଇ ସଫା କରିବେ । ଦେଖିବେ ଏହା ସଫା ହୋଇଯିବ । -ପାଣିରେ ଭିନେଗାର ମିଶାଇ ସେହି ପାଣିକୁ କିଛି ସମୟ ଫୁଟାଇବେ । ଏହାପରେ ସେହି ପାଣିରେ ଷ୍ଟିଲ୍ ବାସନ ,ଓଭାନ ସଫା କରିବା ଦ୍ୱାରା ଏହା ଏକଦମ୍ ସଫା ହୋଇଥାଏ ।