ମଟନ ପାଏ
ମଟନ ପାଏ
admin
May 22, 2019 - 07:36
Updated: May 22, 2019 - 07:36
ସାମଗ୍ରୀ:
- ୨୫୦ ଗ୍ରାମ କିମା ମାଂସ
- ଗୋଟିଏ ପିଆଜ
- ଗୋଟିଏ ରସୁଣ
- ଟିକେ ଅଦା
- ଗୋଲମରିଚ ଗୁଣ୍ଡ
-ଗରମମସଲା ଗୁଣ୍ଡ
- ଦୁଇ କପ ମଇଦା
- ଅଧ କପ ରିଫାଇନ ତେଲ
- ଦରକାର ମୁତାବକ ଲୁଣ
ପ୍ରଣାଳୀ:
ମାଂସକୁ ସିଝାଇ ନେଇ ପିଆଜ, ରସୁଣ ଓ ବଟା ଅଦା ସହ କଡାଇରେ ଭାଜିବେ । ଗୋଲମରିଚ ଗୁଣ୍ଡ ଓ ଗରମମସଲା ଗୁଣ୍ଡ ନେଇ ଭଲଭାବରେ ଗୋଳାଇ ନେଇ ପୁର କରି ରଖିବେ ।
ମଇଦା ରିଫାଇନ ତେଲ ଓ ଲୁଣ ଦେଇ ଭଲଭାବରେ ମିଶାଇ ନେଇ ଅଳ୍ପ ଅଳ୍ପ ପାଣି ଦେଇ ଦଳିବେ । ଦଳାକୁ ତିନି ଭାଗ କର । ତିନୋଟି ବଡ ବଡ ପୁରି କରି ରଖ । ବେକିଂ ପାତ୍ରରେ ଚାରିଆଡେ ତେଲ ମାରିଦିଅ, ଗୋଟିଏ ପୁରି ରଖ, ତା ଉପରେ ଅଧେ ପୁର ଖେଳାଇ ରଖିଦିଅ, ତା ଉପରେ ଅନ୍ୟ ଗୋଟିଏ ପୁରି ଉପରେ ଅନ୍ୟ ଅଧା ପୁର ଖେଳାଇ ଦିଅ । ଅନ୍ୟ ଯେଉଁ ପୁରିଟି ଅଛି ତାଙ୍କୁ ଲମ୍ବା ଲମ୍ବା ଷ୍ଟ୍ରାଇପ କାଟି ମାଂସ ପୁର ଉପରେ ସଜାଇ ରଖ । ଗୋଟିଲ ଅଣ୍ଡାର ଧଳାଅଂଶଟା ଭଲଭାବରେ ଫେଟିଂ ନେଇ ତା ଉପରେ ଢାଳି ଦେବ । ଓଭନରେ ରଖି ୨୦ ମିନିଟ ବେକ କରିବେ । ମାଂସ ପୁର ନଦେଇ, ମାଂସ ପୁର କିମ୍ବା ଭେଜିଟେବୁଲ ପୁର ବି ଦେଇପାରନ୍ତି ।