ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ଭେଜିଟେବୁଲ ଜଲୱା

ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ଭେଜିଟେବୁଲ ଜଲୱା

ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ଭେଜିଟେବୁଲ ଜଲୱା

ଆବଶ୍ୟକ ସାମଗ୍ରୀ: ଆଳୁ, ଫୁଳକୋବି, ଗାଜର, କ୍ୟାପସିକମ , ବିନ୍ସ, କଦଳି ମଞ୍ଜା, ଲୁଣ, ହଳଦୀ, ନଡ଼ିଆ, କଞ୍ଚା ଲଙ୍କା, ଶୁଖିଲା ଲଙ୍କା, ଆମ୍ବ କଷିଆ ଅଦା,  ଧନିଆପତ୍ର, ଅଦା,  ରସୁଣ,  ଲୁଣ, ରିଫାଇନ୍‌ ତେଲ, କର୍ଣ୍ଣଫ୍ଲୋର, ବ୍ରେଡକର୍ଣ୍ଣ, ଜୀରା, ଭୃଷଙ୍ଗପତ୍ର,  ଟମାଟୋସସ୍‌ ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଆଳୁ, ଫୁଳକୋବି, ଗାଜର ଓ ବିନ୍ସକୁ ସିଝାଇ ଦିଅନ୍ତୁ ।  କଦଳି ମଞ୍ଜାରେ ଲୁଣ, ହଳଦୀ ଗୋଳାଇ ତାକୁ ସିଝାଇ ଦିଅନ୍ତୁ ।  ସେଥିରେ ନଡ଼ିଆ କୋରା ବଟା, କଞ୍ଚା ଲଙ୍କା, ଆମ୍ବ କଷିଆ ଅଦା, ଓ ଧନିଆପତ୍ର ପକାଇ ପୂର ପ୍ରସ୍ତୁତ କରନ୍ତୁ ।

ଏହାପରେ ସିଝା ପରିବାକୁ ଚକଟି ସେଥିରେ କଟା ଅଦା, କଟା ରସୁଣ ଓ ଲୁଣ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ ।  ପରେ ପରିବା ଚକଟାକୁ ଗୋଲ ଗୋଲ ପିଠା ଆକାରର କରି ତା’ ଭିତରେ ମଞ୍ଜା ପୁର ଦେଇ ଗଢ଼ି ରଖନ୍ତୁ । 

କରେଇରେ ତେଲ ଗରମ କରି ଗଢ଼ା  ଯାଇଥିବା ପରିବା ଗୁଳାକୁ କର୍ଣ୍ଣଫ୍ଲୋର ଗୋଳାରେ ବୁଡ଼ାଇ ବ୍ରେଡକର୍ଣ୍ଣରେ ପକାଇ ଛାଣି ରଖନ୍ତୁ ।

ପୁଣି କରେଇରେ ତେଲ ଗରମ କରି ଜୀରା, କଟା କଞ୍ଚାଲଙ୍କା, ଶୁଖିଲା ଲଙ୍କା, ଭୃଷଙ୍ଗପତ୍ର, ଲୁଣ, ଟମାଟୋସସ୍‌, କଟା କ୍ୟାପସିକମ ଓ ଅଳ୍ପ ପାଣି ଦେଇ ଗୋଳାନ୍ତୁ ।

ମସଲା ହୋଇଯିବା ପରେ ଛଣା ଯାଇଥିବା ଭେଜିଟେବୁଲ ବଲକୁ ପକାଇ ଏକରୁ ୨ ମିନିଟ୍‌ ପରେ ଚୁଲିରୁ ଓହ୍ଲାଇ ଦିଅନ୍ତୁ । ଏଥର ଗରମାଗରମ ପରଷନ୍ତୁ ଭେଜିଟେବୁଲ ଜଲୱା ।