ଟଙ୍କା ନ ଦେଲେ ବାବା ସିଦ୍ଧିକି ଠାରୁ ଅଧିକ ଖରାପ ହେବ ମୃତ୍ୟୁ

ଟଙ୍କା ନ ଦେଲେ ବାବା ସିଦ୍ଧିକି ଠାରୁ ଅଧିକ ଖରାପ ହେବ ମୃତ୍ୟୁ

ପୁଣି ଭାଇଜାନ୍ ଙ୍କୁ ମିଳିଲା ଧମକ ।  ସଲମାନ ୫ କୋଟି ଟଙ୍କା ଦିଅ, ନଚେତ ବାବା ସିଦ୍ଦିକିଙ୍କ ଠାରୁ ବି ଅବସ୍ଥା ଖରାପ ହେବ । ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗଠାରୁ ସୁରକ୍ଷିତ ରହିବାକୁ ଚାହୁଁଥିଲେ ଡିମାଣ୍ଡ ପୁରଣ କର । ଏମିତି କିଛି ମେସେଜ ଆସିଛି ସଲମାନଙ୍କ ବିରୋଧରେ । ମେସେଜ ପଠାଇଥିବା ବ୍ୟକ୍ତି ନିଜକୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଅତି ନିକଟତର ବୋଲି କହିଛି । ନିକଟରେ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ଜଣେ ଅଭିଯୁକ୍ତ ମୁମ୍ବାଇ ଟ୍ରାଫିକ ପୁଲିସକୁ ଧମକପୂର୍ଣ୍ଣ ବାର୍ତ୍ତା ପଠାଇଥିବା ସୂଚନା ରହିଛି । ବାର୍ତ୍ତାରେ ଚେତାବନୀ ଦିଆଯାଇଛି ଯେ ଯଦି ସଲମାନ ଦାବି ଅନୁସାରେ ଟଙ୍କା ପୈଠ କରିବାରେ ବିଫଳ ହୁଅନ୍ତି, ତେବେ ତାଙ୍କ ଅବସ୍ଥା ମଧ୍ୟ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କ ଅପେକ୍ଷା ଖରାପ ହେବ ।
ଧମକ ବାର୍ତ୍ତାରେ କୁହାଯାଇଛି ଯେ "ଯଦି ସଲମାନ ଖାନ ଜୀବନ୍ତ ରହିବାକୁ ଚାହାଁନ୍ତି ଏବଂ ଲରେନ୍ସ ବିଷ୍ନୋଇଙ୍କ ସହ ଶତ୍ରୁତାକୁ ଶେଷ କରିବାକୁ  ଚାହୁଁଛନ୍ତି,  ତେବେ ତାଙ୍କୁ ୫ କୋଟି ଟଙ୍କା ଦେବାକୁ ପଡିବ । ଏହାକୁ ହାଲୁକା ଭାବେ ଗ୍ରହଣ କରନ୍ତୁ ନାହିଁ, ନଚେତ୍ ସଲମାନ ଖାନଙ୍କ ଅବସ୍ଥା ବାବା ସିଦ୍ଦିକିଙ୍କ ଅବସ୍ଥା ଅପେକ୍ଷା ଖରାପ ହେବ।" ମୁମ୍ବାଇ ପୁଲିସ ଏହି ଧମକ ପାଇବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ପ୍ରଶ୍ନ ଆସୁଛି ଯଦି ଏ ଧମକ ପୂର୍ଣ୍ଣ ବାର୍ତ୍ତା ସତ ହୋଇଥାଏ, ଏହା କିପରି ସମ୍ଭବ ଜଣେ ଜେଲରେ ବସି ନିଜର ଗ୍ୟାଜ୍ଞ ଚଳାଇ ପାରିବ । ବାସ୍ତବରେ ପ୍ରଶ୍ନ ଆସୁଛି ଲୋକ ପ୍ରିୟ ଗାୟକ ସିଦ୍ଧୁ ମୁସେବାଲାଙ୍କ ହତ୍ୟାପରେ ଉକ୍ତ ଗ୍ୟାଙ୍କର ନା ବେସ ଚର୍ଚ୍ଚା ହୋଇଥିଲା । କିଛିଦିନ ପରିସ୍ଥିତି ଥଣ୍ଡା ପଡିଥିବା ବେଳେ ନିକଟରେ ଏନ୍ ସି ପି ର ବରିଷ୍ଠ ନେତା ବାବା ସିଦ୍ଦିକିଙ୍କ ହତ୍ୟା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ହାତ ଥିବା ଚର୍ଚ୍ଚା ପୁଣି ଜୋର ଧରିଲା । ଏବେ କିନ୍ତୁ ଟାର୍ଗେଟରେ କାଳେ ରହିଛନ୍ତି ଭାଇଜାନ । ଯହି ବାସ୍ତବରେ ଏହାର ମୁଖ୍ୟ କାରପଟଦାର ବିଷ୍ଣୋଇ ଗ୍ୟାଙ୍ଗ ହୋଇଥାଏ ତେବେ ଏହା କିପରି ସମ୍ଭବ ଯାହା ସବୁଠାରୁ ବଡ ପ୍ରଶ୍ନ ।  ବ୍ୟୁରୋ ରିପୋର୍ଟ ୟୁବିସି ଓଡିଆ ।