ତୋରଣ ତଳେ କାର, ଅଟୋ ବାଇକ୍, ବଞ୍ଚିଗଲା ଜୀବନ

ତୋରଣ ତଳେ କାର, ଅଟୋ ବାଇକ୍, ବଞ୍ଚିଗଲା ଜୀବନ

ଖାନନଗର ସ୍ଥିତ ନେତାଜୀ ସୁବାଷ ଚନ୍ଦ୍ର ବସ ଟର୍ମିନାଲ  ସମ୍ମୁଖରେ ଏକ ତୋରଣ ଆଜି ଭୁଶୁଡ଼ି ପଡ଼ିଛି। ତୋରଣଟି ଶାରଦୀୟ ଦୁର୍ଗାପୂଜା ପାଇଁ ଖାନନଗର ପୁଜକମିଟି ପକ୍ଷରୁ ପ୍ରସ୍ତୁତ କରାଯାଇଥିଲା। ତୋରଣ ଭୁଶୁଡ଼ି ଯିବା ଫଳରେ ଗୋଟିଏ କାର, ଗୋଟିଏ ଅଟୋ ରିକ୍ସା, ଏବଂ ତିନି ଚାରୋଟି ବାଇକ୍ କ୍ଷତି ଗ୍ରସ୍ତ ହୋଇଛି। ଏହା ଏକ ନିଶ୍ଚିତ ବଡ ଧରଣର ଅଘଟଣ ରୁ ବର୍ତ୍ତି ଯାଇଛି। ପୂଜା କମିଟି ପକ୍ଷରୁ ଅଭିଯୋଗ କରାଯାଇଛି ଯେ କୌଣସି ଏକ ବଡ ଗାଡ଼ି  ପାର୍କିଂ କରୁଥିବା ବେଳେ ତୋରଣ ରେ ପିଟି ହୋଇଯାଇଥିଲା। ଯାହାଫଳରେ ତୋରଣ ଟି ଭୁଶୁଡ଼ି ପଡ଼ିଛି ବୋଲି ପୂଜା କମିଟି ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ତୋରଣ ଟି ଭୁଶୁଡ଼ି ଯିବା ଫଳରେ ଘଣ୍ଟା ଘଣ୍ଟା ଧରି ଯାନବାହାନ ଚଳା ଚଳ ବନ୍ଦ ହୋଇଯାଇଥିଲା। ଖାନନଗର ପୂଜା କମିଟି ପକ୍ଷରୁ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ି ଗୁଡ଼ିକୁ ଉଦ୍ଧାର କରାଯାଇଛି। ଶାରଦୀୟ ଦୁର୍ଗା ଉତ୍ସବ ରେ ଖାନନଗର ପୂଜା କମିଟି ପକ୍ଷରୁ ଯେଉଁ ତୋରଣ ତିଆରି କରାଯାଇଛି ତାର ସୁରକ୍ଷା ପାଇଁ କୌଣସି ଯାଞ୍ଚ କରାଯାଇ ନାହିଁ ବୋଲି ଜଣେ ପ୍ରତ୍ୟକ୍ଷ ଦର୍ଶୀ ପ୍ରକାଶ କରିଛନ୍ତି। ଗାଡ଼ି ମଟର ବ୍ୟତୀତ କାହାର କିଛି କ୍ଷତି ହୋଇନାହିଁ।