ଏମିତି ଜଗା ପ୍ରେମ, ଷ୍ଟ୍ରେଚରରେ ଆସି ଜଗା ଦର୍ଶନ କରିଲେ କ୍ୟାନସର ପୀଡିତ

ଏମିତି ଜଗା ପ୍ରେମ, ଷ୍ଟ୍ରେଚରରେ ଆସି ଜଗା ଦର୍ଶନ କରିଲେ କ୍ୟାନସର ପୀଡିତ

ଜୀବନ ଓ ମୃତ୍ୟୁ ସହ ତାଙ୍କର ଚାଲିଛି ସଂଘର୍ଷ । ତଥାପି ଫିକା ପଡିନି ଜଗାପ୍ରତି ପ୍ରେମ ଆଉ ଶ୍ରଦ୍ଧା, ତା ନୁହେଁତ ଆଉ କଣ ? ନହେଲେ ଜଣେ କଣ ରୋଗ ସଜ୍ୟାରେ ପଡିବା ସତ୍ବେ ନିଜ  ପରିବାର ସହ ଏକ ଷ୍ଟ୍ରେଚରରେ ଆସି ଶ୍ରୀମନ୍ଦିର ବାହାରୁ ଜଗାଦର୍ଶନ କରିବାର ମନ ବଳାଇଥାନ୍ତେ । ହଁ ଆଜ୍ଞା, ଟିକେ ଭଲକରି ଦେଖନ୍ତୁ ଅହି ଚିତ୍ରକୁ । ଏହି ଷ୍ଟେଚରରେ ବୁହା ହୋଇ ଆସିଥିବା ବ୍ୟକ୍ତି ଜଣଙ୍କ କର୍କଟ ରୋଗରେ ପୀଡିତ । ଘର ଯାଜପୁର କୁଆଖାଇ ଅଞ୍ଚଳରେ, ଆଉ ନାଁ ହେଉଛି ବିଜୟ କୁମାର ତରାଇ । ବିଜୟ ଦୀର୍ଘ ଏକ ବର୍ଷ ହେବ କର୍କଟ ରୋଗରେ ପିଡିତ ଅଛନ୍ତି  । ଏହି ରୋଗବି ବଡ ଭୟଙ୍କର କର୍କଟ ରୋଗର ନାଁ ଶୁଣିଲେ ସତରେ ଯେମିତି ଛାତି ଭିତରୁ ଏକ ଅଜଣା ଭୟ ମାଡି ଆସେ । ପୀଡିତ।ଙ୍କ ଚାଲିଛି ଡାକ୍ତରୀ ଚିକିତ୍ସା, ଏହା ସତ୍ବେ ଭକ୍ତ କିନ୍ତୁ ନିଜ ମହାପ୍ରଭୁଙ୍କ ଉପରୁ କେମିତିବା ଭରଷା ଉଠାଇବ । ସେଥିପାଇଁତ ଏତେଦୁରରୁ ଷ୍ଟେଚରେ ପଛେହେଉ ଜଗାକୁ ନିଜ ଗୁହାରି ଜଣାଇବା ପାଇଁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଆସିଛନ୍ତି ବିଜୟ ।

ଖାଲି ବିଜୟ ନୁହଁନ୍ତି ବଂର ପରିବାର ମଧ୍ୟ ଜଗାକୁ ପ୍ରାର୍ଥନା କରୁଥିଲେ । ଷ୍ଟ୍ରେଚର ରେ ଶୋଇ କର୍କଟ ପିଡିତ  ବ୍ଯକ୍ତି  କେବଳ ଜୟ ଜଗନ୍ନାଥ ,,ଜୟ ଜଗନ୍ନାଥ ଉଚ୍ଚାରଣ କରୁଥିଲେ। । ସେ ଜାହାବି ହେଉ, ଏଭଳି ଦୃଶ୍ୟ ପ୍ରମାଣିତ କରିଛି ଭକ୍ତ ଆଉ ଭଗବାନଙ୍କ ମଧ୍ୟରେ  ଥିବା ସମ୍ପର୍କ କେତେ ଗଭୀର ହୋଇପାରେ । ଆଉ ମଣିଷ ଉପରେ ଭରସା ନାହିଁ, କେବଳ ମହାପ୍ରଭୁ ଚାହିଁଲେ ରୋଗମୁକ୍ତ ହୋଇପାରିବେ ଆଉ ଜୀବନ ବଞ୍ଚି ପାରିବ। ଏବେ ସବୁ ଆଶା ଭରଷା ତୁଟି ଯିବା ପରେ କାଳିଆ ଭରଷାରେ କର୍କଟ ପିଡିତ ।  ସ୍ୱାସ୍ଥ୍ୟର ପରିସ୍ଥିତି ଦିନକୁ ଦିନ ଜଟିଳ ହେଉଥିବାରୁ ମୃତ୍ୟୁ ପୂର୍ବରୁ ବିଜୟଙ୍କ ଶେଷ ଇଚ୍ଛାଥିଲା ଜଗା ଦର୍ଶନ। ସେଥିପାଇଁ ପରିବାର ସମେତ ଗାଁରୁ ବାହାରି ପୁରୀରେ ପହଞ୍ଚିଥିଲେ। ବିଜୟଙ୍କୁ  ଶ୍ରୀମନ୍ଦିର ଭିତରକୁ ଯାଇ ଦର୍ଶନ କରିବା ଅସମ୍ଭବ ଯୋଗୁଁ ଏକ ଷ୍ଟ୍ରେଚର ରେ ସୁଆଇ ଶ୍ରୀମନ୍ଦିର ସିଂହଦ୍ୱାର ସମୁଖକୁ ଆଣି ପତିତପାବନଙ୍କୁ ଦର୍ଶନ କରାଇଥିଲେ ପରିବାର । ପ୍ରକୃତରେ ଜଗାର ଲୀଳା ବଡ଼ ବିଚିତ୍ର। ତେବେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବିଜୟକୁ କର୍କଟ ରୋଗରୁ ଆରୋଗ୍ୟ କରନ୍ତୁ ବୋଲି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ଭକ୍ତ ଓ ଦର୍ଶନାର୍ଥି ।ପୁରୀରୁ ରଞ୍ଜିତ୍ ମିଶ୍ରଙ୍କ ରିପୋର୍ଟ ୟୁବିସି ଓଡ଼ିଆ ।