ବିଜେପିର ଇସ୍ତାହାର ଉନ୍ମୋଚିତ

ବିଜେପିର ଇସ୍ତାହାର ଉନ୍ମୋଚିତ

ବିଜେପିର ଇସ୍ତାହାର ଉନ୍ମୋଚିତ
ଭୁବନେଶ୍ୱର: ୨୦୧୯ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ରବିବାର ଓଡ଼ିଶା ଲାଗି ବିଜେପି ପକ୍ଷରୁ ନିର୍ମାଚନ ଇସ୍ତହାର ‘ସଂକଳ୍ପ ପତ୍ର’ ପ୍ରକାଶ କରାଯାଇଛି । ଏନେଇ ଭୁବନେଶ୍ୱରସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଜେପିର ରାଷ୍ଟୀୟ ଅଧ୍ୟକ୍ଷ ଅମିତ ଶାହା ଯୋଗଦେଇ ଏହି ସଂକଳ୍ପପତ୍ରକୁ ଉନ୍ମୋଚନ କରିଛନ୍ତି । ନୂଆ ଓଡ଼ିଶା ଲାଗି ୯ ସଂକଳ୍ପ ସମ୍ବନ୍ଧିତ ସଂକଳ୍ପପତ୍ର ଉନ୍ମୋଚିତ କରାଯାଇଛି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ ପ୍ରଭାରୀ ଅରୁଣ ସିଂହ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ବିଜେପିର ଏହି ଇସ୍ତାହାରରେ ଭୋଟରଙ୍କ ପାଇଁ କ’ଣ ରହିଛି ଆସନ୍ତୁ ଜାଣିବା । ବିଜେପି ଶାସନକୁ ଆସିଲେ ଓଡ଼ିଶାରେ ଆୟୁଷ୍ମାନ ଯୋଜନାକୁ ଲାଗୁ କରାଯିବ । ପ୍ରଧାନମନ୍ତ୍ରୀ କିଷାନ ଯୋଜନାକୁ ଓଡ଼ିଶାରେ ଲାଗୁ କରାଯିବ । ୫ ବର୍ଷରେ ଭୂମିହୀନଙ୍କୁ ଜମି ପଟ୍ଟା ପ୍ରଦାନ କରାଯିବ । ଚିଟଫଣ୍ଡ ଦୁର୍ନୀତିର ସାନି ତଦନ୍ତ କରାଯିବ । କ୍ଷତିଗ୍ରସ୍ତଙ୍କୁ ଜମା ରାଶି ଫେରାଇବାର ବ୍ୟବସ୍ଥା କରାଯିବ । ୩ ମାସ ଭିତରେ ପେଶା ଆଇନ ଲାଗୁ କରାଯିବ । ବିନା ସୁଧରେ ଚାଷୀଙ୍କୁ ଋଣ ଦିଆଯିବ । ଶିଳ୍ପ, ଉତ୍ତମ ଶିକ୍ଷା ଓ ରୋଜଗାର ଉପରେ ଗୁରୁତ୍ୱ ଦିଆଯିବ । ୨୦୨୨ ସୁଦ୍ଧା ସମସ୍ତଙ୍କୁ ଘର, ପାଣି, ସ୍ୱାସ୍ଥ୍ୟ ଓ ବିଜୁଳି ଯୋଗାଇ ଦିଆଯିବ ।