ଇସ୍ତାହାରରେ କଂଗ୍ରେସର ପ୍ରତିଶ୍ରୁତି
ଇସ୍ତାହାରରେ କଂଗ୍ରେସର ପ୍ରତିଶ୍ରୁତି
admin
Apr 7, 2019 - 09:03
Updated: Apr 7, 2019 - 09:03
ଭୁବନେଶ୍ୱର: କଂଗ୍ରେସ ପକ୍ଷରୁ ରବିବାର ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହାକୁ ଉନ୍ମୋଚିତ କରିଛନ୍ତି। ଏଥିରେ କୃଷକ, ଦରିଦ୍ର, ଚାଷୀ, ଯୁବକ, ମହିଳା ଓ ଆଦିବାସୀଙ୍କୁ ଗୁରୁତ୍ୱ ଦିଆଯାଇଛି। ତେବେ ୨୦୧୯ ନିର୍ବାଚନ ଲାଗି ଦଳ ପ୍ରତିଶ୍ରୁତି ଦେଇଥିବା ଦେଖିବାକୁ ମିଳିଛି।
୧- ଚାଷୀମାନଙ୍କୁ ୨ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଋଣ ଛାଡ଼ କରାଯିବ
୨- ଗରିବଙ୍କୁ ୬ ହଜାର ଟଙ୍କାର ଆୟର ଗ୍ୟାରେଣ୍ଟି ଦିଆଯିବ
୩- ଋଣ ପରିଶୋଧ କରି ସାରିଥିବା ଚାଷୀଙ୍କୁ ଟଙ୍କା ଫେରସ୍ତ ହେବ
୪- ସବୁ ଚାଷୀଙ୍କୁ ସୋଲାର ପମ୍ପ ଯୋଗାଇ ଦିଆଯିବ
୫- ଚାଷୀମାନଙ୍କୁ ଚାଷ ପାଇଁ ବ୍ୟବହୃତ ବିଦୁ୍ୟତ ଶୁଳ୍କ ଛାଡ଼ କରାଯିବ
୬- ଦ୍ୱାଦଶ ଶ୍ରେଣୀ ଯାଏଁ ମହିଳାମାନଙ୍କୁ ମୁକ୍ତ ଶିକ୍ଷା ଦିଆଯିବ
୭- ବିଧାବଙ୍କୁ ୨ ହଜାର ଟଙ୍କାର ପେନସନ ଦିଆଯିବ
୮- ୮୦ ବର୍ଷରୁ ଊଦ୍ଧ୍ୱର୍ ମହିଳାମାନଙ୍କୁ ମାସିକ ୨ ହଜାର ଟଙ୍କାର ପେନସନ
୯- ମହିଳାଙ୍କ ବିରୋଧରେ ଥିବା ମାମଲା ପ୍ରତ୍ୟାହାର କରାଯିବ
୧୦- ଅଙ୍ଗନୱାଡ଼ିରେ କାମ କରୁଥିବା ମହିଳାଙ୍କ ଚାକିରି ନିୟମିତ କରାଯିବ ।
୧୧- ସର୍ବନିମ୍ନ ଦରମା ୯ ହଜାର ଟଙ୍କା କରାଯିବ
୧୨- ସବୁ ବର୍ଗର ଶିକ୍ଷକଙ୍କୁ ଗୋଟିଏ କରି କେନ୍ଦ୍ରୀୟ ହାରରେ ଦରମା ଦିଆଯିବ
୧୩- ୨୦୧୪ ସୁଦ୍ଧା ସବୁ ଭୂମିହୀନମାନଙ୍କୁ ଭୂମି ଓ ବାସଗୃହ ଯୋଗାଇ ଦିଆଯିବ
୧୪- ନିଶାମୁକ୍ତ ଓଡ଼ିଶା- ଏଥିଲାଗି ବ୍ୟାପକ କାର୍ୟ୍ୟକ୍ରମ ଗ୍ରହଣ କରାଯାଇଛି ରାଜ୍ୟରେ ଆଉ ରହିବନି ଚୁକ୍ତିଭିତ୍ତିକ ନିଯୁକ୍ତି
୧୫- ଆଧୁନିକ ଶିଳ୍ପ: କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗକୁ ପ୍ରୋତ୍ସାହନ
୧୬- ବେଳାଭୂମି ବିକାଶ:୪୯୦ କିମି ସମୁଦ୍ରତଟକୁ ବିକାଶ କରିବା ଲାଗି ବ୍ୟାପକ ‘ବେଳାଭୂମି ବିକାଶ ନୀତି ପ୍ରଣୟନ’
୧୭- ରାଜ୍ୟରେ ଆଉ ରହିବନି ଚୁକ୍ତିଭିତ୍ତିକ ନିଯୁକ୍ତି