ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନିରଞ୍ଜନ ପଟ୍ଟନାୟକ

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନିରଞ୍ଜନ ପଟ୍ଟନାୟକ

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନିରଞ୍ଜନ ପଟ୍ଟନାୟକ
ଭୁବନେଶ୍ୱର: ଶନିବାର କୋଟିଆ ପ୍ରସଙ୍ଗରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ଏହି ପରିପ୍ରେକ୍ଷୀରେ ବିଜେଡି ସରକାରଙ୍କୁ ଧିକ ବୋଲି ନିରଞ୍ଜନ କହିଛନ୍ତି । କୋଟିଆ ପ୍ରସଙ୍ଗରେ ଟ୍ୱିଟ କରି ଏଭଳି କହିଛନ୍ତି ନିରଞ୍ଜନ । ସେ କହିଛନ୍ତି ଯେ, ଓଡ଼ିଶା ମାଟିର ଇଞ୍ଚେ ବି ଜମି ଆନ୍ଧ୍ର ନେଇପାରିବନି । କୋଟିଆରେ ବିଜେଡି ସରକାର ସର୍ବନିମ୍ନ ସୁବିଧା ଦେବାରେ ବିଫଳ । ୨୦ ବର୍ଷ ଶାସନ ପରେ ବି ବିଜେଡି ସରକାର ବିଫଳ ହୋଇଛନ୍ତି । ତେଣୁ କିଛି ଲୋକ ଆନ୍ଧ୍ରକୁ ପସନ୍ଦ କରୁଛନ୍ତି ବୋଲି ନିରଞ୍ଜନ କହିଛନ୍ତି । ଏଥିସହ ଆନ୍ଧ୍ର ବିପକ୍ଷରେ ଦୃଢତା ଦେଖାବକୁ ନିରଞ୍ଜନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକକୁ ଆହ୍ୱାନ ଦେଇଛନ୍ତି ।