ସରିଲା ସ୍ୱତନ୍ତ୍ର ଓଜେଇଇ : ୨୫ ରେ ଫଳ
ସରିଲା ସ୍ୱତନ୍ତ୍ର ଓଜେଇଇ : ୨୫ ରେ ଫଳ
admin
Jul 22, 2019 - 07:41
Updated: Jul 22, 2019 - 07:41
ଭୁବନେଶ୍ୱର: ବି.ଟେକ୍, ଲାଟେରାଲ ଏଣ୍ଟ୍ରି ଟୁ ବିଟେକ୍ (ଡିପ୍ଲୋମା), ଲାଟେରାଲ ଏଣ୍ଟ୍ରି ଟୁ ବି.ଟେକ (ବିଏମସି), ଏମବିଏ, ଏମସିଏ, ଲାଟେରାଲ ଏଣ୍ଟ୍ରି ଏମସିଏ, ବି.ଫାର୍ମା ଓ ଏମ.ଫାର୍ମା ପାଠ୍ୟକ୍ରମରେ ଖାଲିଥିବା ସିଟରେ ନାମଲେଖା ପାଇଁ ଆଜି ସ୍ୱତନ୍ତ୍ର ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଓଜେଇଇ) ଅନୁଷ୍ଠିତ ହୋଇଛି । ରାଜ୍ୟରେ ୨୦ଟି ସହରରେ ହୋଇଥିବା ୩୧ଟି ପରୀକ୍ଷା କେନ୍ଦ୍ରରେ ୧୭,୬୭୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ବିଟେକରେ ସର୍ବାଧିକ ୭,୭୭୧ ଜଣ ଛାତ୍ରଛାତ୍ରୀ ରହିଥିବା ବେଳେ ଲାଟେରାଲ ଏଣ୍ଟ୍ରି ଟୁ ବି.ଟେକ (ଡିପ୍ଲୋମା) ପାଇଁ ୪,୩୧୨, ଲାଟେରାଲ ଏଣ୍ଟ୍ରି ଟୁ ବି.ଟେକ (ବିଏମସି) ରେ ୧୨୦, ଏମବିଏରେ ୩,୪୦୪ । ଏମସିଏରେ ୬୧୪, ଲାଟେରାଲ ଏଣ୍ଟ୍ରି ଏମସିଏରେ ୨୪୭, ବି.ଫାର୍ମାରେ ୧୧୬୨ ଓ ଏମ୍ ଫାର୍ମାରେ ୪୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ପୂର୍ବାହ୍ନ ସାଢ଼େ ୯ଟାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ପ୍ରଥମ ସିଟିଂରେ ବି.ଟେକ୍ ଓ ବି.ଫାର୍ମା ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ହୋଇଥିଲା । ଅନ୍ୟ ପାଠ୍ୟକ୍ରମ ଗୁଡ଼ିକ ଲାଗି ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୧ ଟା ପର୍ଯ୍ୟନ୍ତ ଦ୍ୱିତୀୟ ସିଟିଂରେ ଶାନ୍ତିଶୃଙ୍ଖଳାର ସହ ପରୀକ୍ଷା ଶେଷ ହୋଇଛି । ଆସନ୍ତା ଜୁଲାଇ ୨୫ରେ ସ୍ୱତନ୍ତ୍ର ଓଜେଇଇ ପରୀକ୍ଷା ଫଳ ପ୍ରକାଶ ପାଇବ । ଜୁଲାଇ ୨୫ ରୁ ୨୭ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ର୍ୟାଙ୍କକାର୍ଡ ଡାଉନଲୋଡ କରିବା ସହ ଅନଲାଇନରେ ଚଏସ ଫିଲିଂ କରିପାରିବେ । ଜୁଲାଇ ୩୦ରେ ପ୍ରଥମ ପର୍ଯ୍ୟାୟ ଆଲଟମେଣ୍ଟ କରାଯିବ । ଅଗଷ୍ଟ ୧ ଓ ୨ ରେ ନୋଡାଲ ସେଣ୍ଟରାର ଡକ୍ୟୁମେଣ୍ଟ ଯାଞ୍ଚ ହେବା । ୩ ରେ ଚୂଡାନ୍ତ ଆଲଟମେଣ୍ଟ ସହ ଛାତ୍ରଛାତ୍ରୀ କଲେଜରେ ରିପୋର୍ଟିଂ କରିପାରିବେ ବୋଲି ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି ।