ଭୁଲ ଇଂଜେକ୍ସନରୁ ଯୁବତୀ ମୃତ

ଭୁଲ ଇଂଜେକ୍ସନରୁ ଯୁବତୀ ମୃତ

ଭୁଲ ଇଂଜେକ୍ସନରୁ ଯୁବତୀ ମୃତ
ବାଲେଶ୍ୱର: ସୋର ଭୁଲ ଇଂଜେକ୍ସନରୁ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଅଡଙ୍ଗ ବଜାରରେ ଥିବା ଏକ ଘରୋଇ କ୍ଲିନିକରେ ଇଂଜେକ୍ସନ ନେଇ ସାରିବା ପରେ ମୃତ୍ୟୁ ହୋଇଛି । ଭୁଲ ଇଂଜେକ୍ସନରୁ ମୃତ୍ୟୁ ନେଇ ପରିବାର ଲୋକ ଅଭିଯୋଗ କରିବା ସହିତ ସେଠି ଚାପା ଉତେଜନା ସୃଷ୍ଟି ହୋଇଛି । ଘଟଣା ସ୍ଥଳରେ ପୋଲିସ ପହଂଚି ଉକ୍ତ ଘରୋଇ କ୍ଲିନିକରେ ତନାଘନା ଜାରି ରଖିଛି । ସୂଚନାଯୋଗ୍ୟ ଯେ, ଜ୍ୱରରେ ଆକ୍ରାନ୍ତ ହୋଇ ବାଗୁଡିରେ ଜଣେ ଯୁବତୀ କ୍ଲିନିକକୁ ଆସିଥିଲେ । ଡାକ୍ତର ଲେଖିଥିବା ଇଂଜେକ୍ସନ ନିକଟରେ ଥିବା ମେଡିସିନ ଷ୍ଟୋରରୁ ଆଣିଥିଲେ । ଏହି ଇଂଜେକ୍ସନ ଟିକୁ କ୍ଲିନିକରେ ଦିଆଯିବା ପରେ ଯୁବତୀଙ୍କ ମୃତ୍ୟୁ ଘଟିଥିଲା ।