ରାଜ୍ୟରେ ଆଉ ଜଣେ ଆକ୍ରାନ୍ତ ଚିହ୍ନଟ, ମୋଟ ୩

ରାଜ୍ୟରେ ଆଉ ଜଣେ ଆକ୍ରାନ୍ତ ଚିହ୍ନଟ, ମୋଟ ୩

ଭୁବନେଶ୍ୱର: ଓଡ଼ିଶାରେ ଧୀରେ ଧୀରେ କରୋନା କାୟା ବିସ୍ତାର କରିବାରେ ଲାଗିଛି । ରାଜ୍ୟରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆଜି ରାଜ୍ୟରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଗତ ଦୁଇ ଦିନରେ ଦୁଇ କରୋନା ଆକ୍ରାନ୍ତ ଚିହ୍ଟଟ ହୋଇଛନ୍ତି । ସେପଟେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି କୋଭିଡ୍‌ ଲକ୍ଷଣ ଦେଖାଗଲେ ତୁରନ୍ତ ପରୀକ୍ଷା କରାଇ ନିଅନ୍ତୁ । ଦରକାର ହେଲେ ରାଜ୍ୟରେ ଟେଷ୍ଟିଂ ସେଣ୍ଟର ବଢ଼ାଯିବ । ସେଥିପାଇଁ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିର୍ଦ୍ଦେଶ ଦିଆଯାଇଛି ।

ମାସ୍କ ବାଧ୍ୟତାମୂଳକ କରିବାକୁ ଗାଇଡଲାଇନ ଆସିନଥିଲେ ମଧ୍ୟ ଲୋକମାନେ ମାସ୍କ ଅଭ୍ୟାସ ଜାରି ରଖିବା ଦରକାର । ରାଜ୍ୟରେ ସର୍ଭେଲାନ୍ସ ବଢ଼ାଇବା ସହ ସତର୍କ ରହିବାକୁ ପଡିବ। ସାରା ଦେଶରେ ନୂଆ ଭାରିଆଣ୍ଟ ସଂକ୍ରମିତଙ୍କ ମଧ୍ୟରୁ ୯୮%ରୁ ଅଧିକ ଲୋକ ଘରେ ରହି ଚିକିତ୍ସିତ ହେଉଛନ୍ତି । କ୍ବଚିତ୍ ସଂକ୍ରମିତ ସିଭୟର ହେଉଛନ୍ତି । ତେଣୁ କୋରୋନା ନୂଆ ଭାରିଆଣ୍ଟକୁ ନେଇ ଆତଙ୍କତି ହୁଅନ୍ତୁ ନାହିଁ ବୋଲି ପରାମର୍ଶ ଦେଇଛନ୍ତି।