ଦେଶରେ ୨୪ ଘଂଟାରେ ୨୧୪ ଜଣ ମୃତୁ୍ୟବରଣ

ଦେଶରେ ୨୪ ଘଂଟାରେ ୨୧୪ ଜଣ ମୃତୁ୍ୟବରଣ

ଦେଶରେ ୨୪ ଘଂଟାରେ ୨୧୪ ଜଣ ମୃତୁ୍ୟବରଣ
ନୂଆଦିଲ୍ଲୀ : ଦେଶରେ କିଛି ସପ୍ତାହ ତଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲଗାତାର ହ୍ରାସ ପାଉଥିବା ଦେଖାଯାଇଥିଲା। ମାତ୍ର ପୁନଃ ଏଥିରେ ପୁଣି ବୃଦ୍ଧି ହୋଉଛି। ଦେଶରେ ୨୪ ଘଂଟାରେ ୨୧୪ ଜଣ ମୃତୁ୍ୟବରଣ କରିଛନ୍ତି । ଏହା ସହ ଦେଶରେ କରୋନା ମୃତୁ୍ୟ ସଂଖ୍ୟା ୧ ଲକ୍ଷ ୪୯ ହଜାର ୬୪୯ କୁ ବୃଦ୍ଧି ପାଇଛି । ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୩ ଲକ୍ଷ ୪୦ ହଜାର ୪୭୦କୁ ବୃଦ୍ଧି ପାଇଛି । ଦେଶରେ ୨୪ ଘଂଟାରେ ୧୬ ହଜାର ୫୦୫ ନୂଆ କରୋନା ଅକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨ ଲକ୍ଷ ୪୩ ହଜାର ୯୫୩ ସକ୍ରିୟ ଆକ୍ରାନ୍ତ ଚିକିସ୍ଥାଧୀନ ଅବସ୍ଥାରେ ରହିଥିବା ବେଳେ ୯୯ ଲକ୍ଷ ୪୬ ହଜାର ୮୬୭ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।