ଆଜି ୩୬୩୧ ନୂତନ ଆକ୍ରାନ୍ତ ଚିହ୍ନଟ : ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ
ଆଜି ୩୬୩୧ ନୂତନ ଆକ୍ରାନ୍ତ ଚିହ୍ନଟ : ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ
admin
Sep 3, 2020 - 05:05
Updated: Sep 3, 2020 - 05:05
ଭୁବନେଶ୍ୱର : ଆଜି ରାଜ୍ୟରୁ ୩୬୩୧ ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରୁ ୨୨୧୪ ଜଣ କ୍ୱାରେଣ୍ଟାଇନରୁ ଏବଂ ୧୪୧୭ ଜଣ ସ୍ଥାନୀୟ ଅକ୍ରାନ୍ତ ବୋଲି ଜଣାପଡିଛି । ରାଜ୍ୟରେ ସମୁଦାୟ ଅକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୧୩ ହଜାର୪୧୧ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୪୧, ବାଲେଶ୍ୱରରୁ ୧୧୪, ବରଗଡରୁ ୨୩୮, ଭଦ୍ରକରୁ ୧୮୬, ବଲାଙ୍ଗୀର ୩୯, ବୌଦ୍ଧରୁ ୨୭, କଟକରୁ ୩୭୦, ଦେବଗଡରୁ ୧୧ ଢେଙ୍କାନାଳରୁ ୫୬, ଗଜପତି ୯, ଗଞ୍ଜାମରୁ ୧୦୭, ଜଗତସିଂହପୁରରୁ ୭୯, ଯାଜପୁରରୁ ୧୨୭, ଝାରସୁଗୁଡାରୁ ୮୦, କଳାହାଣ୍ଡିରୁ ୨୭, କନ୍ଧମାଳ ୪୪, କେନ୍ଦ୍ରାପଡାରୁ ୮୫, କେନ୍ଦୁଝରରୁ ୮୦, ଖୋର୍ଦ୍ଧାରୁ ୭୨୨, କୋରାପୁଟରୁ ୯୩, ମାଲକାନଗିରିରୁ ୫୫, ମୟୁରଭଞ୍ଜରୁ ୩୬୫, ନବରଙ୍ଗପୁରରୁ ୪୬, ନୟାଗଡରୁ ୧୦୦, ନୂଆପଡାରୁ ୪୯, ପୁରୀରୁ ୧୫୭, ରାୟଗଡାରୁ ୧୧୧, ସମ୍ବଲପୁରରୁ ୬୮, ସୋନପୁରରୁ ୫୦ ଏବଂ ସୁନ୍ଦରଗଡରୁ ୯୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୩୪୧୧ ହୋଇଥିବା ବେଳେ ଏହା ମଧ୍ୟରୁ ୮୪୦୭୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୭୬୩ ରହିଛି ।