ରାଜ୍ୟରେ କରୋନା ପରିସ୍ଥିତି: ଘରେ ରହି ବି ହେଉଛନ୍ତି ସଂକ୍ରମିତ

ରାଜ୍ୟରେ କରୋନା ପରିସ୍ଥିତି: ଘରେ ରହି ବି ହେଉଛନ୍ତି ସଂକ୍ରମିତ

ରାଜ୍ୟରେ କରୋନା ପରିସ୍ଥିତି: ଘରେ ରହି ବି ହେଉଛନ୍ତି ସଂକ୍ରମିତ
ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜଧାନୀର ବମିଖାଲ ଅଞ୍ଚଳର ୩୫ ବର୍ଷୀୟ ଯୁବକ କରୋନା ପଜିଟିଭ ଥିବା ସ୍ପଷ୍ଟ ହୋଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୬ ଛୁଇଁଛି । ବଡ଼ କଥା ହେଲା ଗତ ମାସ ୨୨ ତାରିଖରୁ ଚଳିତ ମାସ ୧୨ ତାରିଖ ପର୍ଯ୍ୟନ୍ତ ସେ ଘରେ ରହିଥିଲେ ହେଁ, ସେ କରୋନା ଆକ୍ରାନ୍ତ ହୋଇଛି । ଅନ୍ୟ ପକ୍ଷରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟରୁ ଆଉ ୫ ଜଣ ସୁସ୍ଥ ହୋଇଛନ୍ତି । ଏମାନେ ସମସ୍ତେ ରାଜଧାନୀର । ବିଭିନ୍ନ କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଏହି ରୋଗୀମାନଙ୍କର ନମୁନା ନେଗେଟିଭ ଆସିଛି । ତେଣୁ ଏମାନଙ୍କୁ ଖୁବଶୀଘ୍ର ହସ୍ପିଟାଲରୁ ଡିସଚାର୍ଜ କରାଯିବ ବୋଲି ଜଣାପଡ଼ିଛି । ପୂର୍ବରୁ ସଂକ୍ରମିତଙ୍କ ମଧ୍ୟରୁ ୧୩ ଜଈ ସୁସ୍ଥ ହୋଣ ଥିବା ବେଳେ ସୋମବାର ଏହି ସଂଖ୍ୟା ୧୮ରେ ପହଞ୍ଚିଛି ।