ତବଲିଗି ଜମାତରୁ ଆସିଥିବା ସମସ୍ତ ବ୍ୟକ୍ତି କରୋନା ସଂକ୍ରମିତ
ତବଲିଗି ଜମାତରୁ ଆସିଥିବା ସମସ୍ତ ବ୍ୟକ୍ତି କରୋନା ସଂକ୍ରମିତ
admin
Apr 4, 2020 - 07:22
Updated: Apr 4, 2020 - 07:22
ଦୁଇ ଦିନ ମଧ୍ୟରେ ଦେଶରେ ୬୪୭ ଜଣ ନୂଆ କରୋନା ଭୂତାଣୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୧୪ ରାଜ୍ୟରେ ହୋଇଥିବା ଏହି ନୂଆ ସଂକ୍ରମିତ ବ୍ୟକ୍ତି ଦକ୍ଷିଣ ଦିଲ୍ଲୀ ନିଜାମୁଦ୍ଦିନ ତବଲିଗି ଜମାତ ଧାର୍ମିକ ସମାବେଶ ସହିତ ଜଡ଼ିତ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଶୁକ୍ରବାର କହିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୧୨ କରୋନା ସଂକ୍ରମିତଙ୍କର ମୃତ୍ୟୁ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ କେତେକ ତବଲିଗି ଜମାତ ସମାବେଶରେ ଉପସ୍ଥିତ ଥିଲେ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ କରୋନା ପାଇଁ ଆୟୋଜିତ ଦୈନିକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ମାର୍ଚ୍ଚ ମାସରେ ଦକ୍ଷିଣ ପଶ୍ଚିମ ନିଜାମୁଦ୍ଦିନ ଅଞ୍ଚଳରେ ଏହି ସମାବେଶ ହୋଇଥିଲା । ଶୁକ୍ରବାର ସୁଦ୍ଧା ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୩୦୧ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୫୬ ହୋଇଛି । ୨୪ ଘଣ୍ଟା ମଧ୍ୟରେ ୩୩୬ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ଅଗ୍ରୱାଲ କହିଛନ୍ତି । ସେହିପରି ଦୁଇ ଦିନ ମଧ୍ୟ ୬୪୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଛି । ଯେଉଁମାନେ ତବଲିଗ ଜମାତ ସମାବେଶ ସହିତ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡ଼ିତ । ଏହି ସଂକ୍ରମିତ ମାନେ ଆଣ୍ଡାମାନ ନିକୋବର, ଦିଲ୍ଲୀ, ଆସାମ, ହିମାଚଳ ପ୍ରଦେଶ, ହରିୟାଣା, ଜାମ୍ମୁ-କାଶ୍ମୀର, ଝାଡ଼ଖଣ୍ଡ, କର୍ଣ୍ଣାଟକ, ମହାରାଷ୍ଟ୍ର, ରାଜସ୍ଥାନ, ତାମିଲନାଡ଼ୁ, ତେଲେଙ୍ଗାନା, ଉତ୍ତରାଖଣ୍ଡ ଓ ଉତ୍ତରପ୍ରଦେଶର ବାସିନ୍ଦା ।