ଗଣମାଧ୍ୟମ ଉପରେ କଟକଣା

ଗଣମାଧ୍ୟମ ଉପରେ କଟକଣା

ଗଣମାଧ୍ୟମ ଉପରେ କଟକଣା
ଭୁବନେଶ୍ୱର: ରାଜ୍ୟରେ କରୋନା ପଜିଟିଭ ରୋଗୀଙ୍କ ନାମ ଓ ସେମାନଙ୍କ ସମ୍ପର୍କୀୟଙ୍କ ନାମ ଯେପରି ଗଣମାଧ୍ୟମରେ ପ୍ରକାଶିତ ନ ହୁଏ, ଏ ନେଇ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । କୋଭିଡ-୧୯ ସଂକ୍ରମିତ କୌଣସି ରୋଗୀଙ୍କ ନାଁ ଓ ଠିକଣାକୁ କୌଣସି ପରିସ୍ଥିତିରେ ବି କୌଣସି ଗଣମାଧ୍ୟମରେ ପ୍ରକାଶିତ କରାଯାଇ ପାରିବ ନାହିଁ । ପ୍ରିଣ୍ଟ, ଇଲୋକ୍ଟ୍ରୋନିକ, ୱେବ ଓ ସୋସିଆଲ ମିଡିଆ ପାଇଁ ଏହି ନିଦେ୍ର୍ଧଶାବଳୀ ଲାଗୁ ହେବ । କୋଭିଡ-୧୯ ରେ ସଂକ୍ରମିତ ବ୍ୟକ୍ତି ତାଙ୍କର ପରିବାର ବର୍ଗ, ସମ୍ପର୍କୀୟ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର, ଅନ୍ୟ ମେଡିକାଲ ଷ୍ଟାଫଙ୍କ ସୁରକ୍ଷା ଓ ନିରାପତ୍ତାକୁ ପ୍ରଭାବିତ କଲା ଭଳି କୌଣସି ଖବର ଗଣମାଧ୍ୟମରେ ପ୍ରକାଶ ପାଇବ ନାହିଁ । ଏହାର ଗୋପନୀୟତା ବଜାୟ ରହିବ । କୌଣସି ଗଣମାଧ୍ୟମ ସଂସ୍ଥା ଓ ସୋସାଲ ମିଡିଆରେ ଏସବୁ ବ୍ୟକ୍ତିଙ୍କର ସାକ୍ଷାତକାର ମଧ୍ୟ ପ୍ରକାଶ ପାଇପାରିବ ନାହିଁ । ଏହାର ଉଲ୍ଲଘଂନକୁ ଦଣ୍ଡନୀୟ ଅପରାଧ ଭାବେ ବିବେଚନା କରାଯିବ । କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ନିଦେ୍ର୍ଧଶନାମା ପ୍ରତି ଗଣମାଧ୍ୟମ ଯତ୍ନଶୀଳ ରହିବା ପାଇଁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି । ମହାମାରୀ ଆଇନ-୧୮୯୭ ର ଧାରା ୨ରେ ପ୍ରଦତ୍ତ କ୍ଷମତା ଓ ଭାରତୀୟ ପ୍ରେସ୍ କାଉନସିଲ ରୁଲସ-୧୭ ଆଧାରରେ ରାଜ୍ୟ ସରକାର କୋଭିଡ-୧୯ ର ସଂକ୍ରମିତ ହେଉଥିବା ରୋଗୀ, ସେମାନଙ୍କ ସମ୍ପର୍କୀୟ ଓ ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତର ଓ କର୍ମଚାରୀଙ୍କ ନିରାପତ୍ତା ଓ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ଚାହୁଁଛନ୍ତି । ଏଥିପାଇଁ କେତେକ ନିୟମାବଳୀ ଓ ପରାମର୍ଶନାମା ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଛି ।