ରାଜ୍ୟରୁ ଆଜି ୪୧୯୮ ପଜିଟିଭ୍ ଚିହ୍ନଟ : ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ
ରାଜ୍ୟରୁ ଆଜି ୪୧୯୮ ପଜିଟିଭ୍ ଚିହ୍ନଟ : ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ
admin
Sep 14, 2020 - 05:20
Updated: Sep 14, 2020 - 05:20
ଭୁବନେଶ୍ବର : ରାଜ୍ୟରେ ଆଜି ୪୧୯୮କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୨୪୭୬ଜଣ ଚିହ୍ନଟ ହୋଇଥିବାବେଳେ ୧୭୨୨ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୫୫ହଜାର୫କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩୪ ହଜାର୧୬୩ଜଣ । ସେହିପରି ସୁସ୍ଥ ହୋଇଛନ୍ତି ୧ ଲକ୍ଷ୮ ହଜାର ୨୯୫ଜଣ।
ଖୋର୍ଦ୍ଧାରୁ ସର୍ବାଧିକ ୭୫୮ ରହିଥିବାବେଳେ ଅନୁଗୁଳୁରୁ ୧୦୮, ବାଲେଶ୍ବରରୁ ୧୩୦, ବରଗଡରୁ ୯୫, ଭଦ୍ରକରୁ ୫୩, ବଲାଙ୍ଗିରରୁ ୧୯୭, ବୌଦ୍ଧରୁ ୧୯, କଟକରୁ ୩୬୭, ଦେବଗଡରୁ ୩୪,ଢେଙ୍କାନାଳରୁ ୮୦, ଗଜପତିରୁ ୧୪, ଗଞ୍ଜାମରୁ ୪୪, ଜଗତସିଂହପୁରରୁ ୯୭, ଯାଜପୁରରୁ ୧୫୬, ଝାରସୁଗୁଡାରୁ ୯୫, କଳାହାଣ୍ଡିରୁ ୯୩, କନ୍ଧମାଳରୁ ୭୮, କେନ୍ଦ୍ରାପଡାରୁ ୧୪୩ , କେଉଁଝରରୁ ୬୩ , କୋରାପୁଟରୁ ୯୯, ମାଲକାନଗିରିରୁ ୨୨, ମୟୂରଭଞ୍ଜରୁ ୧୩୩, ନବରଙ୍ଗପୁରରୁ ୯୮, ନୟାଗଡରୁ ୪୩, ନୂଆପଡାରୁ ୧୧୬, ପୁରୀରୁ ୩୧୦, ରାୟଗଡାରୁ ୩୬, ସମ୍ବଲପୁରୁ ୧୩୦ ଓ ସୋନପୁରରୁ ୭୪ ଜଣ ଲେଖାଏଁ ରହିଥିବାବେଳେ ସୁନ୍ଦରଗଡରୁ ୧୯୫ ଜଣ ରହିଛନ୍ତି । ସେହିପରି ଷ୍ଟେଟପୁଲ୍ରୁ୨୧୮ ଜଣ ରହିଥିବାର ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି ।