୨୬ ଜିଲ୍ଲାରୁ ୧୩୮୪ ଆକ୍ରାନ୍ତ ଚିହ୍ନଟ : ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

୨୬ ଜିଲ୍ଲାରୁ ୧୩୮୪ ଆକ୍ରାନ୍ତ ଚିହ୍ନଟ : ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

୨୬ ଜିଲ୍ଲାରୁ ୧୩୮୪ ଆକ୍ରାନ୍ତ ଚିହ୍ନଟ : ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ
ଭୁବନେଶ୍ୱର : ସୋମବାର ରାଜ୍ୟରେ ୧୩୮୪ ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୬ଟି ଜିଲ୍ଲାରୁ ୧୩୮୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩୬୨୯୭ ରେ ପହଞ୍ଚିଛି । ୧୩୮୪ ଆକ୍ରାନ୍ତଙ୍କ ମଧ୍ୟରୁ ୮୭୩ ଜଣ କ୍ୱାରେଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୫୧୧ ଜଣ ସ୍ଥାନୀୟ ଆକ୍ରାନ୍ତ ବୋଲି ଜଣାପଡିଛି । ଅନୁଗୁଳରୁ ୧୩ ଜଣ, ବାଲେଶ୍ୱରରୁ ୭୯ ଜଣ , ବରଗଡରୁ ୩୩, ଭଦ୍ରକରୁ ୨୫, ବଲାଙ୍ଗୀରରୁ ୫୧, କଟକରୁ ୮୯, ଢେଙ୍କାନାଳରୁ ୧୧, ଢେଙ୍କନାଳରୁ ୧୩, ଗଜପତିରୁ ୬୧, ଗଞ୍ଜାମରୁ ୩୩୧, ଜଗତସିଂହପୁରରୁ ୨୨, ଯାଜପୁରରୁ ୧୮, ଝାରସୁଗୁଡାରୁ ୭, କଳାହାଣ୍ଡିରୁ ୪, କେନ୍ଦ୍ରାପଡାରୁ ୧୧, ଖୋର୍ଦ୍ଧାରୁ ୨୧୧, କୋରାପୁଟରୁ ୯୭, ମାଲକାନଗିରିରୁ ୩୯, ମୟୁରଭଞ୍ଜରୁ ୨୯, ନବରଙ୍ଗପୁରରୁ ୨୬, ନୟାଗଡରୁ ୨୨, ନୂଆପଡାରୁ ୫, ପୁରୀରୁ ୧୭, ରାୟଗଡାରୁ ୩୮, ସମ୍ବଲପୁରରୁ ୯୩, ସୋନପୁରରୁ ୬ ଏବଂ ସୁନ୍ଦରଗଡରୁ ୪୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୋମବାର ସୁଦ୍ଧା ସମୁଦାୟ ୫ ଲକ୍ଷ ୫୬ ହଜାର ୫୮୮ଟି ନମୂନା ପରୀକ୍ଷଣ କରାଯାଇଥିବା ବେଳେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩୬୨୯୭ ରହିଛି । ୨୧୯୫୪ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୦୯୫ ରହିଛି ।