ମେ’ଶେଷ ସୁଦ୍ଧା ମୁମ୍ବାଇରେ ୭୦,୦୦୦ ଆକ୍ରାନ୍ତ ଚିହ୍ନଟ ହୋଇପାରେ ।
ମେ’ଶେଷ ସୁଦ୍ଧା ମୁମ୍ବାଇରେ ୭୦,୦୦୦ ଆକ୍ରାନ୍ତ ଚିହ୍ନଟ ହୋଇପାରେ ।
admin
Apr 25, 2020 - 14:34
Updated: Apr 25, 2020 - 14:34
ନୂଆଦିଲ୍ଲୀ: ଦେଶରେ ଗୁରୁବାର ଗୋଟିଏ ଦିନରେ ସବୁଠୁ ଅଧିକ ୧୭୫୫ କରୋନା ଆକ୍ରାନ୍ତ ମାମଲା ରିପୋର୍ଟ କରାଯାଇଛି । ଏହି ସଂଖ୍ୟାକୁ ମିଶାଇଲେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩ ହଜାର ଟପି ଯାଇଛି । ଦେଶରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଗୁଣ ହେବା ପାଇଁ ୧୦ ଦିନ ସମୟ ଲାଗୁଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ତେବେ ମହାରାଷ୍ଟ୍ର ସ୍ଥିତି ଦିନକୁ ଦିନ ଅଧିକ ସାଂଘାତିକ ହୋଇଛି । ମହାରାଷ୍ଟ୍ରରେ ୨୪ ଘଣ୍ଟାରେ ୭୭୮ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ୭୭୮ ନୂଆ ମାମଲା ସହ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୬,୪୨୭ ରେ ପହଞ୍ଚିଛି । ମୁମ୍ବାଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସବୁଠୁ ଅଧିକ । କେବଳ ମୁମ୍ବାଇ ଗୋଟିଏ ଦିନରେ ୫୨୨ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ୪,୦୨୫ରେ ପହଞ୍ଚିଛି । ଏହା ମହାରାଷ୍ଟ୍ରର ସମୁଦାୟ ମାମଲାର ୬୫ ପ୍ରତିଶତ । ମୁମ୍ବାଇରେ କରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ୧୬୭ ରେ ପହଞ୍ଚିଛି । ତେବେ ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଏବେ ଠାରୁ ଠିକ ମାସକ ପରେ ତଥା ମେ ମାସ ଶେଷ ବେଳକୁ ମୁମ୍ବାଇରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦,୦୦୦ ଟପିଥିବ । ଏଭଳି ଏକ ଜଟିଳ ସ୍ଥିତିି ସାମ୍ନା କରିବା ପାଇଁ ମୁମ୍ବାଇ ପ୍ରସ୍ତୁତ ହେଉଛି । ବିଏମସି ପକ୍ଷରୁ ୩,୦୦୦ କୋଭିଡ କେୟାର ଆଇସିୟୁ ବେଡ ପ୍ରସ୍ତୁତ କରାଯିବ । ସରକାରୀ ପରିଚାଳିତ ଜିଟି ହସ୍ପିଟାଲରେ ଏବଂ ସେଣ୍ଟ ଜର୍ଜ ହସ୍ପିଟାଲରେ ୬୦୦ଟି ବେଡକୁ କୋଭିଡ ମୁକାବିଲା ପାଇଁ ପ୍ରସ୍ତୁତ କରାଯାଇଛି । ହସ୍ପିଟାଲ ଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣରେ ଅକ୍ସିଜେନ ସପୋର୍ଟ ଏବଂ ଭେଣ୍ଟିଲେଟର ବ୍ୟବସ୍ଥା କରାଯାଇଛି । ପ୍ରତି ୭ ଦିନରେ ଥରେ ମୁମ୍ବାଇରେ ମାମଲା ଦ୍ୱିଗୁଣିତ ହେଉଛି ।