୨୪ ଘଣ୍ଟାରେ ୫୬୪ କରୋନା ମୃତ୍ୟୁ : ଦିଲ୍ଲୀରେ ୧୧୮

୨୪ ଘଣ୍ଟାରେ ୫୬୪ କରୋନା ମୃତ୍ୟୁ : ଦିଲ୍ଲୀରେ ୧୧୮

୨୪ ଘଣ୍ଟାରେ ୫୬୪ କରୋନା ମୃତ୍ୟୁ : ଦିଲ୍ଲୀରେ ୧୧୮
ନୂଆଦିଲ୍ଲୀ : ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୬ ହଜାର ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୬୪ ଜଣଙ୍କର ମୃତ୍ୟୁ ଘଟିଛି । ୪୬ ହଜାର ୨୩୨ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ଲକ୍ଷ ୫୦ ହଜାର ୫୯୭ରେ ପହଞ୍ଚିଥିବା ବେଳେ ୫୬୪ ନୂତନ ମୃତ୍ୟୁ ସହିତ ସମୁଦାୟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୩୨ ହଜାର ୭୨୬ରେ ପହଞ୍ଚିଛି । ଏହି ସମୟ ମଧ୍ୟରେ ୪୯ ହଜାର ୭୧୫ ଜଣ ସୁସ୍ଥ ହୋଇଥିବା ବେଳେ ଆରୋଗ୍ୟଙ୍କ ସଂଖ୍ୟା ୮୪ ଲକ୍ଷ ୭୮ ହଜାର ୧୨୪ରେ ପହଞ୍ଚିଛି । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟାରେ ୪୦୪୭ ହ୍ରାସ ଘଟି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୩୯ ହଜାର ୭୪୭ରେ ପହଞ୍ଚିଛି । ସମଗ୍ର ଦେଶରେ ୫୬୪ ମୃତୁ ହୋଇଥିବା ବେଳେ ଏଥିରୁ ୨୭୩ କେବଳ ମହାରାଷ୍ଟ୍ର ଏବଂ ଦିଲ୍ଳୀରେ ହୋଇଛି । ତେବେ ଦିଲ୍ଲୀରେ କରୋନା ଏବେ ଚିନ୍ତା ବଢାଇଛି । ବିଗତ ଏକ ସପ୍ତାହ ମଧ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । ବିଗତ ୨୪ ଘଣ୍ଟା ମଧ୍ୟରେ ୬୬୦୮ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୧୮ ଜଣଙ୍କର ମୃତ୍ୟୁ ଘଟିଛ । ତେବେ ଦିନକୁ ଦିନ ବଢୁଥିବା ମୃତ୍ୟୁ ସଂଖ୍ୟା ବର୍ତ୍ତମାନ ଦିଲ୍ଲୀବାସୀଙ୍କ ଚିନ୍ତା ବଢାଇଛି । ଏହି ସମୟ ମଧ୍ୟରେ ସମଗ୍ର ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ କୋଟି ୭୫ ଲକ୍ଷ ୬୦ ହଜାର ୭୧୪ରେ ପହଞ୍ଚିଛି । ୧୩ ଲକ୍ଷ ୭୨ ହଜାର ୧୪୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ କୋଟି ୬୮ ଲକ୍ଷ ୭୪ ହଜାର ୬୨୬ ଜଣ ସୁସ୍ଥ ହୋଇଛନ୍ତି । ଏହା ସହିତ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୯୩ ଲକ୍ଷ ୧୩ ହଜାର ୯୪୧ ରହିଛି । ଆମେରିକାରେ ସର୍ବାଧିକ ୧ କୋଟି ୧୯ ଲକ୍ଷ ୮ ହଜାର ୩୯୬ ଜଣ ଆକ୍ରାନ୍ତ ରହିଥିବା ବେଳେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି ।