ରାଜ୍ୟରୁ ଆଜି ୨୮୫୪ ପଜିଟିଭ୍ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ରହିଛନ୍ତି ଆକ୍ରାନ୍ତ
ରାଜ୍ୟରୁ ଆଜି ୨୮୫୪ ପଜିଟିଭ୍ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ରହିଛନ୍ତି ଆକ୍ରାନ୍ତ
admin
Oct 10, 2020 - 05:59
Updated: Oct 10, 2020 - 05:59
ଭୁବନେଶ୍ବର : ରାଜ୍ୟରେ ଆଜି ୨ହଜାର ୮୫୪କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୧୬୫୯ଜଣ ଚିହ୍ନଟ ହୋଇଥିବାବେଳେ ୧୧୯୫ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୪୯ହଜାର୬୯୩କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୨୦ ହଜାର ୩୮୮ଜଣ । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୮ହଜାର୨୪୬ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି ୯୯୧ଜଣ । ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ମୋଟ୍ ୨ହଜାର ୮୫୪ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୩୯୩ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳୁରୁ ୧୩୧, ବାଲେଶ୍ବରରୁ ୧୧୬, ବରଗଡରୁ ୯୫, ଭଦ୍ରକରୁ ୬୬, ବଲାଙ୍ଗିରରୁ ୯୭, ବୌଦ୍ଧରୁ ୨୦, କଟକରୁ ୨୪୪, ଦେବଗଡରୁ ୧୬, ଢେଙ୍କାନାଳରୁ ୪୩, ଗଜପତିରୁ ୧୯, ଗଞ୍ଜାମରୁ ୩୯, ଜଗତସିଂହପୁରରୁ ୬୮, ଯାଜପୁରରୁ ୯୯, ଝାରସୁଗୁଡାରୁ ୬୮, କଳାହାଣ୍ଡିରୁ ୧୦୫, କନ୍ଧମାଳରୁ ୪୫, କେନ୍ଦ୍ରାପଡାରୁ ୯୧, କେଉଁଝରରୁ ୬୭, କୋରାପୁଟରୁ ୪୬, ମାଲକାନଗିରିରୁ ୬୧, ମୟୂରଭଞ୍ଜରୁ ୧୨୭, ନବରଙ୍ଗପୁରରୁ ୯୨, ନୟାଗଡରୁ ୬୫, ନୂଆପଡାରୁ ୮୩, ପୁରୀରୁ ୧୧୪, ରାୟଗଡାରୁ ୨୯, ସମ୍ବଲପୁରରୁ ୧୦୫, ସୋନପୁରରୁ ୭୯, ସୁନ୍ଦରଗଡରୁ ୧୪୩ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଷ୍ଟେଟ୍ପୁଲ୍ରୁ ୮୮ଜଣ ଚିହ୍ନଟ ହୋଇଥିବାର ସୂଚନା ରହିଛି ।