କରୋନା ପାଇଁ ନିରଞ୍ଜନ ଦେଲେ ୧୦ ଲକ୍ଷ ଟଙ୍କା
କରୋନା ପାଇଁ ନିରଞ୍ଜନ ଦେଲେ ୧୦ ଲକ୍ଷ ଟଙ୍କା
admin
Mar 25, 2020 - 15:45
Updated: Mar 25, 2020 - 15:45
ଭୁବନେଶ୍ୱର : କରୋନାର ମୁକାବିଲା ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ୧୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । କରୋନାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଦନ କରିଥିବାବେଳେ ବହୁ ଶିଳ୍ପପତି ଓ ନେତାମାନେ ସହଯୋଗର ହାତ ବଢ଼ାଇଛନ୍ତି ।
ନିରଞ୍ଜନ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି । କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ନେଇଥିବା ପଦକ୍ଷେପକୁ ସେ ସ୍ୱାଗତ କରିଛନ୍ତି । ତେବେ ନିର୍ମାଣ ଶ୍ରମିକ, ରିକ୍ସାବାଲା, ରାସ୍ତାକଡ଼ ବେପାରୀ ଓ ଦାଦନ ଶ୍ରମିକମାନେ ଏବେ କାମ ହରାଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ପରିପ୍ରେକ୍ଷୀରେ ସେମାନଙ୍କୁ ଆର୍ଥିକ ସାହାଯ୍ୟ ପ୍ରଦାନ ପାଇଁ ନିରଞ୍ଜନ ନିବେଦନ କରିଛନ୍ତି । ଯଦି ସରକାର ଓ ନାଗରିକ ଏକାଠି ହେବେ ତେବେ ବହୁ କିଛି କରାଯାଇପାରିବ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସେ ୧୦ ଲକ୍ଷ ଟଙ୍କା ଦାନ କରିବା ସହ ଅନ୍ୟମାନେ ମଧ୍ୟ ଦାନ କରିବାକୁ ସେ ଆହ୍ୱାନ ଜଣାଇଛନ୍ତି ।
ସେହିପରି ଶିଳ୍ପପତି ତାରା ପଟ୍ଟନାୟକ ପ୍ରଥମେ ୧ କୋଟି ଟଙ୍କା ଦାନ କରି ଅନ୍ୟ ଶିଳ୍ପପତିମାନଙ୍କୁ ମଧ୍ୟ ଆହ୍ୱାନ ଜଣାଇଥିଲେ । ସେହିପରି ମୁଖ୍ୟମନ୍ତ୍ରୀ ତାଙ୍କର ୩ ମାସର ଦରମା ଦାନ କରିଥିବାବେଳେ ବିଜେଡ଼ିର ସବୁ ବିଧାୟକ ଓ ସାଂସଦ ମଧ୍ୟ କରୋନାର ମୁକାବିଲା ପାଇଁ ୩ ମାସର ଦରମା ଦେଇଛନ୍ତି । ଅନ୍ୟ ଏକ ଉଦାହରଣ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ବିଧାୟକ ପାଣ୍ଠି କରୋନା ମୁକାବିଲା ସକାଶେ ଖର୍ଚ୍ଚ କରିବାକୁ ନିଷ୍ପତି ନେଇଛନ୍ତି । ବିଜେଡ଼ି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ତାଙ୍କ ବିଧାୟକ ପାଣ୍ଠି ପ୍ରଦାନ କରିଥିବାବେଳେ ସାଂସଦ ସସ୍ମିତ ପାତ୍ର ମଧ୍ୟ ସାଂସଦ ପାଣ୍ଠିରୁ ୧ କୋଟି ଟଙ୍କା ପ୍ରଦାନ କରିଛନ୍ତି ।