ଜାଣନ୍ତୁ କେଉଁମାନଙ୍କୁ କରୋନା ଟିକା ଦିଆଯିବ ନାହିଁ

ଜାଣନ୍ତୁ କେଉଁମାନଙ୍କୁ କରୋନା ଟିକା ଦିଆଯିବ ନାହିଁ

ଜାଣନ୍ତୁ କେଉଁମାନଙ୍କୁ କରୋନା ଟିକା ଦିଆଯିବ ନାହିଁ
ଭୁବନେଶ୍ୱର: କାଲି ଠାରୁ ଦେଶରେ ଆରମ୍ଭ ହେବାକୁ ଯାଉଛି କରୋନାକୁ ପ୍ରତିହତ କରିବାକୁ ଟିକାକରଣ । ଏନେଇ ସାରା ଦେଶବାସୀ ଉତ୍ସୁକତାର ସହ ଅନାଇ ବସିଛନ୍ତି ଆସନ୍ତା କାଲିକୁ । ଆସନ୍ତା କାଲି ପ୍ରଥମପର୍ୟ୍ୟାୟ ଟିକା କରଣ ଆରମ୍ଭ ହେବାକୁ ଯାଉଥିବା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ମୁତାବକ ପ୍ରଥମେ ଆଗ ଧାଡିର କରୋନା ଯୋଦ୍ଧା ମାନଙ୍କୁ ଟିକା ଦିଆଯିବ । ଏହି ଟିକା କରଣର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଉଦଘାଟନ କରିବା ପରେ ପରେ ଓଡ଼ିଶାରେ ଟିକାକରଣ ହେବ । ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିଦେ୍ର୍ଧଶ ବିଜୟ ପାଣିଗ୍ରାହୀ । ରାଜ୍ୟରେ ମୋଟ ୧୬୧ଟି କେନ୍ଦ୍ରରେ ଟିକାକରଣ କରାଯିବ । ଏନେଇ ଅବଜରଭେସନ ଓ ୱେଟିଂ ରୁମ ଏବଂ ଭ୍ୟାକସିନ ରୁମ ପ୍ରସ୍ତୁତ କରାଯାଇଛି । ଟିକାକରଣ ପାଇଁ ୫ ଜଣିଆ ଟିମ ସବୁକୁ ପ୍ରଶିକ୍ଷଣ ଦିଆଯାଇଛି । ପ୍ରତି ଜିଲ୍ଲାକୁ କେନ୍ଦ୍ର ସରକାରଙ୍କ ନୂଆ ଗାଇଡଲାଇନ ପଠାଯାଇଛି । ଉକ୍ତ ଗାଇଡ ଅନୁଯାୟୀ କିଛି ଲୋକଙ୍କୁ ଟିକା ଦିଆଯିବନାହିଁ । ତେବେ କେଉଁମାନଙ୍କୁ ଟିକା ଦିଆଯିବନାହିଁ ଆସନ୍ତୁ ଜାଣିବା: ୧- ଗାଇଡଲାଇନ ଅନୁଯାୟୀ ୧୮ ବର୍ଷରୁ କମ ବୟସ୍କଙ୍କୁ ଟିକାକରଣ ବାରଣ ୨- ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳାଙ୍କୁ ଟିକା ଦିଆଯିବ ନାହିଁ ୩- ଅସୁସ୍ଥ ବା ଚିକିତ୍ସାଧୀନଙ୍କୁ ମଧ୍ୟ ଟିକାକରଣ ବାରଣ ୪- ୧୪ ଦିନ ମଧ୍ୟରେ କିଛି ଟିକା ନେଇଥିଲେ, କୋଭିଡ ଟିକା ମନା ୫- କୋଭିଡ ଲକ୍ଷଣ ଥିଲେ ସୁସ୍ଥ ହେବାର ୫ରୁ ୮ ସପ୍ତାହ ପରେ ଟିକା ନେଇପାରିବେ