ସ୍କୁଲ ଖୋଲିବା ପରେ ୭୭ ଶିକ୍ଷକଙ୍କୁ କରୋନା ପଜେଟିଭ୍

ସ୍କୁଲ ଖୋଲିବା ପରେ ୭୭ ଶିକ୍ଷକଙ୍କୁ କରୋନା ପଜେଟିଭ୍

ସ୍କୁଲ ଖୋଲିବା ପରେ ୭୭ ଶିକ୍ଷକଙ୍କୁ କରୋନା ପଜେଟିଭ୍
ଭୁବନେଶ୍ୱର : କରୋନାର ସବୁ ଗାଇଡ଼ଲାଇନ ପାଳନ କରାଯାଇ ସ୍କୁଲ ଖୋଲିଛି । ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ଗତ ୮ରୁ ସ୍କୁଲକୁ ଆସୁଛନ୍ତି । କିନ୍ତୁ ସ୍କୁଲ ଆସିବାର ୭ ଦିନ ମଧ୍ୟରେ ୭୭ ଶିକ୍ଷକଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଯାହା ଏବେ ଚିନ୍ତାର କାରଣ ପାଲଟିଛି । ସ୍କୁଲ ଖୋଲିବା ପରେ ଯେଉଁମାନଙ୍କ ଠାରେ କରୋନା ଲକ୍ଷଣ ପ୍ରକାଶ ପାଇଥିଲା ସେମାନଙ୍କର ପରୀକ୍ଷା ହୋଇଥିଲା । ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକରେ ବିଭିନ୍ନ ସ୍କୁଲରେ ୩୨ ଜଣ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ହୋଇଛନ୍ତି । ଅପରପକ୍ଷରେ କଟକର ଏକ କଲେଜର ଜଣ ପିଲା କରୋନା ଆକ୍ରାନ୍ତ ହୋଇଥିବା ଜାଣିବାକୁ ମିଳିଛି । ସେହିପରି ଗଜପତି ଜିଲ୍ଲାର ୨୧ ଜଣ ଶିକ୍ଷକ କରୋନା ଆକ୍ରାନ୍ତ ହୋଇଥିବାବେଳେ ସୁନ୍ଦରଗଡ଼ରେ ବି ୫ ଶିକ୍ଷକ କରୋନା ଚିହ୍ନଟ ହୋଇଛନ୍ତି । ଏହାଛଡ଼ା ଯାଜପୁରରୁ ୬ ଜଣ, ବାଲେଶ୍ୱରରରୁ ୫ ଜଣ ଶିକ୍ଷକ ମଧ୍ୟ କରୋନା ଚିହ୍ନଟ ହୋଇଛନ୍ତି ।