ଶ୍ରୀମନ୍ଦିର ପାଇଁ ୧୦୨ କୋଟିର ବଜେଟ୍

ଶ୍ରୀମନ୍ଦିର ପାଇଁ ୧୦୨ କୋଟିର ବଜେଟ୍

 ଶ୍ରୀମନ୍ଦିର ପାଇଁ ୧୦୨ କୋଟିର ବଜେଟ୍
ପୁରୀ: ଶୁକ୍ରବାର ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୦୧୯-୨୦ର ଶ୍ରୀମନ୍ଦିର ପାଇଁ ବଜେଟ୍ ଉପସ୍ଥାପିତ ହୋଇଛି । ଗଜପତି ମହାରାଜା ୧୦୨ କୋଟିର ବଜେଟ୍ ଉପସ୍ଥାପନା କରିଛନ୍ତି । ଶ୍ରୀମନ୍ଦିର ପାଇଁ ୭୮ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ୩୮ କୋଟି ଟଙ୍କା ଶ୍ରଦ୍ଧାଳୁଙ୍କ ପାଇଁ ଖର୍ଚ୍ଚ ହେବ ଏବଂ ସେବକ କଲ୍ୟାଣ ପାଣ୍ଠି ପାଇଁ ୫ କୋଟି ଖର୍ଚ୍ଚ ହେବ ବୋଲି ନିଷ୍ପତି ହୋଇଛି । ବଜେଟରେ ରଥଯାତ୍ରା ପାଇଁ ୬ କୋଟି ଟଙ୍କା ବ୍ୟୟ ବାବଦ କରାଯାଇଛି । ଗଜପତିଙ୍କ ପ୍ରାପ୍ୟ ପାଉଣା ସରକାରଙ୍କ ଦ୍ୱାରା ଅନୁମୋଦିତ ହୋଇଛି । ବାର୍ଷିକ ୧୨ ଲକ୍ଷ ଟଙ୍କା ଗଜପତିଙ୍କୁ ପ୍ରଦାନ କରାଯିବା ବୋଲି ବଜେଟରେ ନିଷ୍ପତି ହୋଇଛି ।