ପ୍ରଦୀପ ଜେନା ହେଲେ ଗ୍ରାମ୍ୟ ଉନ୍ନୟନ ସଚିବ

ପ୍ରଦୀପ ଜେନା ହେଲେ ଗ୍ରାମ୍ୟ ଉନ୍ନୟନ ସଚିବ

ପ୍ରଦୀପ ଜେନା ହେଲେ ଗ୍ରାମ୍ୟ ଉନ୍ନୟନ ସଚିବ
ଭୁବନେଶ୍ୱର : ରାଜ୍ୟ ସରକାର ଆଇଏଏସ ଅଫିସରସ୍ତରରେ ଅଦଳବଦଳ କରିଛନ୍ତି । ୧୯୮୯ ବ୍ୟାଚ ଆଇଏଏସ ଅଫିସର ପ୍ରଦୀପ ଜେନାଙ୍କୁ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଭାବେ ଦାୟିତ୍ୱ ଦିଆଯାଇଛି । ଶ୍ରୀ ଜେନା ଅତିରିକ୍ତ ଭାବେ ସ୍ୱତନ୍ତ୍ର ରିଲିଫ କମିଶନର ଓ ଏମଡ଼ି ଓସଡ଼ମା ଭାବେ ଦାୟିତ୍ୱ ମଧ୍ୟ ନିର୍ବାହ କରିବେ । ଡକ୍ଟର ମୋନା ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ସଚିବ କରାଯାଇଛି । ଆଇଏଏସ ସଂଜୀବ ଚୋପ୍ରାଙ୍କୁ ଗୃହ ବିଭାଗର ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ଏହାସହ ତାଙ୍କୁ ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ଅପରପକ୍ଷରେ ଆଇଏଏସ ସୁବାସ ଗର୍ଗଙ୍କୁ ଅତିରିକ୍ତ ଭାବେ ଗ୍ରୀଡ଼କୋ ସିଏମଡ଼ି ଭାବେ ନିଯୁକ୍ତି ମିଳିଛି । ଏବେ ସେ ଏ ଆଣ୍ଡ ଏଫଇ ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ଆଇଏଏସ ହେମନ୍ତ ଶର୍ମାଙ୍କୁ ଶିଳ୍ପ ବିଭାଗର ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ତାଙ୍କୁ ଅତିରିକ୍ତ ଭାବେ ବାଣିଜ୍ୟ ଓ ଏମଏସଏମଇ ବିଭାଗର ସଚିବ ସହ ଇପିକଲର ସିଏମଡ଼ି କରାଯାଇଛି । ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ସରକାର ଶକ୍ତି ବିଭାଗର ସଚିବ ଭାବେ ନିଯୁକ୍ତି କରିବା ସହ ଓଏଚପିସିର ସିଏମଡ଼ି ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିଛନ୍ତି । ଆଇଏଏସ ଚିତ୍ରା ଅରୁମଗମଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ କରାଯାଇଥିବାବେଳେ ଜଳସମ୍ପଦ ବିଭାଗର ସ୍ୱତନ୍ତ୍ର ସଚିବ ଥିବା ବିଶାଳ ଗଗନଙ୍କୁ ଜଳସମ୍ପଦ ବିଭାଗର ସଚିବ ଭାବେ ସ୍ୱତନ୍ତ୍ର ଦାୟିତ୍ୱ ପ୍ରଦାନ କରାଯାଇଛି । ସେହିପରି ଆଇଏଏସ ଅରବିନ୍ଦ ଅଗ୍ରୱାଲଙ୍କୁ ଅତିରିକ୍ତ ଦାୟିତ୍ୱ ଭାବେ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଦାୟିତ୍ୱ ମିଳିଛି । ଏବେ ଶ୍ରୀ ଅଗ୍ରୱାଲ ସାମାଜିକ ମଙ୍ଗଳ ବିଭାଗର ନିଦେ୍ର୍ଧଶକ ସହ ମହିଳା ବିକାଶ ସମବାୟ ନିଗମର ପରିଚାଳନା ନିଦେ୍ର୍ଧଶକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି ।