ପ୍ରଫୁଲ୍ଲ ଘଡେଇଙ୍କୁ ମିଳିଲା ନୂଆ ଦାୟିତ୍ୱ

ପ୍ରଫୁଲ୍ଲ ଘଡେଇଙ୍କୁ ମିଳିଲା ନୂଆ ଦାୟିତ୍ୱ

ପ୍ରଫୁଲ୍ଲ ଘଡେଇଙ୍କୁ ମିଳିଲା ନୂଆ ଦାୟିତ୍ୱ
ଭୁବନେଶ୍ୱର: ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡେଇଙ୍କୁ ନୂଆ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୩ଟି ବିଧାନସଭା ଆସନ ପାଇଁ ତାଙ୍କୁ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ମିଳିଛି । ଖୋର୍ଦ୍ଧା, ରଣପୁର ଓ ଚିଲିକା ଆସନ ପାଇଁ ତାଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି । ସୂଚନାଯୋଗ୍ୟଯେ, ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଟିପ୍ପଣୀ କାରଣରୁ ଘଡେ଼ଇଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା । ତେବେ ଦଳରୁ ବହିଷ୍କାର ହୋଇଥିଲେ ମଧ୍ୟ ସେ ଅନ୍ୟ ଦଳକୁ ଯାଇନଥିଲେ କିମ୍ବା ବିଜେଡ଼ି ବିରୋଧରେ ଟୀକା ଟୀପ୍ପଣୀ ଦେଉନଥିଲେ । ନିକଟରେ ତାଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କରି ନିଆଯାଇଥିଲା । ୨୦୧୯ ନିର୍ବାଚନରେ ତାଙ୍କ ପୁଅ ପ୍ରୀତିରଂଜନ ଘଡେ଼ଇ ତୃତୀୟ ଥର ପାଇଁ ବିଜେଡ଼ି ପକ୍ଷରୁ ଲଢ଼ିବାକୁ ଯାଉଛନ୍ତି । ୨୦୦୯ରେ ଡାନି କୋରେଇର ବିଧାୟକ ଥିଲେ । ୨୦୧୪ରେ ପ୍ରଫୁଲ୍ଲଙ୍କ ଗଡ଼ ସୁକିନ୍ଦାରୁ ତାଙ୍କୁ ଦଳ ପ୍ରାର୍ଥୀ କରିଥିଲା । ୨୦୧୯ରେ ବି ସେ ସୁକିନ୍ଦାରୁ ନିର୍ବାଚନ ଲଢ଼ୁଛନ୍ତି । ପ୍ରଫୁଲ୍ଲଙ୍କୁ ଦଳ ରାଜ୍ୟସଭାକୁ ପଠାଇପାରେ ବୋଲି କୁହାଯାଉଛି ।