ରୋଷେଇ ଘର ଟିପ୍ସ

ରୋଷେଇ ଘର ଟିପ୍ସ

ରୋଷେଇ ଘର ଟିପ୍ସ
ଦୋସା କିମ୍ବା ଇଡଲି ପାଇଁ ପ୍ରସ୍ତୁତ କରୁଥିବା ଘୋଳ ଖଟା ହୋଇଗଲେ, ସେଥିରେ ନଡ଼ିଆ ପାଣି ମିଶାଇଦିଅନ୍ତୁ । ଖଟାପଣ ଦୂର ହୋଇଯିବ । ପିଆଜ ଫ୍ରାଏ କରୁଥିବା ସମୟରେ ସେଥିରେ ଅଳ୍ପ ଚିନି ମିଶାଇଲେ ତାହା ଶୀଘ୍ର ବାଦାମୀ ରଙ୍ଗ ହୋଇଥାଏ । ରାଜମା ସିଝାଉଥିବା ସମୟରେ ସେଥିରେ ଲୁଣ ମିଶାନ୍ତୁ ନାହିଁ । ଦେଖିବେ ରାଜମା ଶୀଘ୍ର ସିଝିଯିବ । ଭାତ ପେଜକୁ ନ ଫିଙ୍ଗି ଅଳ୍ପ ଲୁଣ ସେଇ ମିଶ୍ରଣରେ ମିଶାଇ ରଖନ୍ତୁ । ତହିଁ ଆରଦିନ କେଶ ଧୋଇବା ସମୟରେ ଏହାର ପ୍ରୟୋଗ କରି ଥଣ୍ଡା ପାଣିରେ ଧୋଇନେବେ । କେଶ ଝଡ଼ାରୁ ମୁକ୍ତି ପାଇବେ । ନୁଡଲସକୁ ସଝାଇବା ପରେ ସେଥିରେ ଅଳ୍ପ ଥଣ୍ଡା ପାଣି ମିଶାଇ ପୁଣି ଛାଣି ନେଲେ ତାହା ପରସ୍ପର ସହ ଲାଗିନଥାଏ । ଶୁଖିଲା ଲଙ୍କା ଡବାରେ ଅଳ୍ପ ହେଙ୍ଗୁ ମିଶାଇ ରଖନ୍ତୁ । ଦେଖିବେ ଲଙ୍କାକୁ ଆପଣ ଅଧିକ ଦିନ ବ୍ୟବହାର କରିପାରିବେ । ପିଆଜ କାଟିବାର କିଛି ସମୟ ପୂର୍ବରୁ ଫି୍ରଜରେ ରଖି କାଟିବା ଆରମ୍ଭ କରନ୍ତୁ । ଏପରି କଲେ ଆଖିରୁ ପାଣି ବାହାରିନଥାଏ । କଟା ହୋଇଥିବା ସେଓ କଳା ପଡ଼ିବା ପୂର୍ବରୁ ସେଥିରେ ଲେମ୍ବୁ ରସ କିମ୍ବା ଲୁଣ ଲଗାଇ ଦିଅନ୍ତୁ ସେଓ କଳା ହେବ ନାହିଁ ।