ଶୀତରେ ପାଦର ଯତ୍ନ

ଶୀତରେ ପାଦର ଯତ୍ନ

ଶୀତରେ ପାଦର ଯତ୍ନ
ଶୀତଋତୁରେ ପାଦ ଫାଟିବା ଏକ ସାଧାରଣ ସମସ୍ୟା । ଏଥିପ୍ରତି ଯୁବତୀ ଓ ମହିଳାମାନେ ଆରମ୍ଭ ସମୟଠାରୁ ସଚେତନ ହେହେଲ ତାହା ଶୀଘ୍ର ଭଲ ହୋଇଥାଏ । ତେଣୁ ସେଥିପ୍ରତି କେତୋଟି ସରଳ ଘରୋଇ ଉପଚାର ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ । ରାତିରେ ପାଦକୁ ଭଲ ଭାବେ ଧୋଇ ନଡ଼ିଆ ତେଲକୁ ମାଲିସ କରନ୍ତୁ । ଏହା ପରେ ମୋଜା ପିନ୍ଧି ଶୁଅନ୍ତୁ । ନିୟମିତ ଏପରି କଲେ ପାଦ ଫଟା ସମସ୍ୟା ଦୂର ହୋଇଥାଏ । ମହୁରେ ଆଣ୍ଟିଅକ୍ସିଡାଣ୍ଟ ଭରପୁର ହୋଇଥିବାରୁ ଏହା ମଧ୍ୟ ଏକ ଉତ୍ତମ ଉପଚାର । ଏକ ପ୍ଲାଷ୍ଟିକ ଟବ୍ରେ ଉଷୁମ ପାଣି ଭର୍ତ୍ତି କରି ସେଥିରୁ ୪-୫ ଚାମଚ ମହୁ ମିଶାନ୍ତୁ । ଏବେ ସେହି ପାତ୍ରରେ ୧୦ ମିନିଟ ପାଦ ବୁଡ଼ାଇ ରଖନ୍ତୁ । ସପ୍ତାହରେ ୨ ଥର ଏମିତି କଲେ ପାଦରୁ ସମସ୍ତ ମଇଳା ଦୂର ହେବା ସହ କୋମଳ ହୋଇଥାଏ ପାଦ । ପାଦକୁ ସବୁବେଳେ ଶୁଖିଲା ରଖିବାକୁ ଚେଷ୍ଟା କରନ୍ତୁ । ପାଦ ଓଦା ରହିଲେ ଫଙ୍ଗଲ ଇନଫେକସନ୍ ହେବାର ଭୟ ରହିଛି ।