ଜାଣନ୍ତୁ ଏମିତି କିଛି ପନିପରିବା ବିଷୟରେ ଯାହାକୁ ଖାଇଲେ ଆପଣଙ୍କ ଓଜନ କମିପା

ଜାଣନ୍ତୁ ଏମିତି କିଛି ପନିପରିବା ବିଷୟରେ ଯାହାକୁ ଖାଇଲେ ଆପଣଙ୍କ ଓଜନ କମିପା

ଜାଣନ୍ତୁ ଏମିତି କିଛି ପନିପରିବା ବିଷୟରେ ଯାହାକୁ ଖାଇଲେ ଆପଣଙ୍କ ଓଜନ କମିପା
ଜୀବନଶୈଳୀ ବଦଳିବା ସହ ଲୋକଙ୍କ ଓଜନ ବଢ଼ିବା ସମସ୍ୟା ବର୍ତ୍ତମାନ ସାଧାରଣ ହୋଇଯାଇଛି। କିଛି ଖାଦ୍ୟ-ପାନୀୟର ବ୍ୟବହାର କଲେ ଏହି ସମସ୍ୟାରୁ ସହଜରେ ମୁକ୍ତି ପାଇ ପାରିବେ। ଜାଣନ୍ତୁ ଏମିତି କିଛି ପନିପରିବା ବିଷୟରେ ଯାହାକୁ ଖାଇଲେ ଆପଣଙ୍କ ଓଜନ କମିପାରେ। ଗାଜର: ଗାଜରକୁ ସିଝାଇ ଖାଆନ୍ତୁ ବା କଞ୍ଚା ଖାଆନ୍ତୁ, ଯେମିତି ଖାଇଲେ ମଧ୍ୟ ଏହା କାମ ଦେବ। ଏହାକୁ ଆପଣ ସାଲାଡ କରି ମଧ୍ୟ ଖାଇ ପାରିବେ। ଓଜନ କମ୍ କରିବା ପାଇଁ ଏହା ବେଶ୍ ଲାଭଦାୟକ। ଛତୁ: ଛତୁ ସୁଆଦ ହେବା ସହ ଏହାର ଅନେକ ଗୁଣ ରହିଛି। ସେଥିରୁ ଗୋଟିଏ ହେଉଛି ମୋଟାପଣକୁ କମ୍ କରିବା। ଚିକେନ୍, ମାଛ କିମ୍ବା ମିକ୍ସ୍ଡ ହର୍ବସ୍ ସହ ଛତୁ ଖାଇଲେ ଏହା ଖୁବ୍ ଲାଭଦାୟକ ହୋଇଥାଏ। କାକୁଡ଼ି: କାକୁଡ଼ିରେ ବହୁ ପରିମାଣରେ ପାଣି ଓ ତନ୍ତୁ ମିଳିଥାଏ। ଏଥିରେ ଫ୍ୟାଟ୍ କିମ୍ବା କାର୍ବୋହାଇଡ୍ରେଟ୍ ନ ଥାଏ। ତେଣୁ ଏଥିରେ ଓଜନ ବଢ଼ିବାର ସମସ୍ୟା ନ ଥାଏ। ଏହାକୁ ଖାଇବା ବେଶ୍ ଫଳପ୍ରଦ। ଫୁଲକୋବି: ଫୁଲକୋବି ଖୁବ୍ ଉପକାରୀ ଅଟେ। ଏଥିରେ ଫ୍ୟାଟ୍ ନ ଥାଏ। ବହୁ ଅଧିକମାତ୍ରରେ ତନ୍ତୁ ରହିଥାଏ। ଓଜନ କମ୍ କରିବା ପାଇଁ ଏହା ଏକ ଉତ୍ତମ ପରିବା ଅଟେ। ଲଙ୍କା: କଞ୍ଚା ହେଉ କିମ୍ବା ଶୁଖିଲା ଲଙ୍କା, ଉଭୟ ଲାଭଦାୟକ ହୋଇଥାଏ। ଏହାକୁ ଖାଇବା ଦ୍ୱାରା ଶରୀରରେ ମେଟାବଲିଜମ୍ ବଢ଼ିଥାଏ। ଶରୀରର ଫ୍ୟାଟ୍ ବର୍ଣ୍ଣ୍ ହେବାରେ ଏହା ସହାୟକ ହୋଇଥାଏ।