ହୃଦରୋଗୀଙ୍କ ପାଇଁ ଯୋଗ ସଞ୍ଜୀବନୀ ସଦୃଶ
ହୃଦରୋଗୀଙ୍କ ପାଇଁ ଯୋଗ ସଞ୍ଜୀବନୀ ସଦୃଶ
ଆଜିକାଲି ପ୍ରାୟ ଲୋକଙ୍କ ଠାରେ ହୃଦରୋଗ ଜନିତ ସମସ୍ୟା ଦେଖାଯାଉଛି । ଆଜିକାଲି ଏଥିପାଇଁ ଅକାଳରେ ଅନେକ ଲୋକଙ୍କ ଜୀବନ ମଧ୍ୟ ଯାଉଛି । କିନ୍ତୁ ଏମିତି ଯୋଗ ଅଛି ଯାହାକୁ ନିୟମିତ କରିବା ଦ୍ୱାରା ଆପଣଙ୍କ ହାର୍ଟ ସୁସ୍ଥ ରହିବ । ଏହି ଯୋଗ ମୁଦ୍ରାଟି ହେଉଛି ଆପାନ ବାୟୁ ମୁଦ୍ରା । ଏହି ଯୋଗମୁଦ୍ରା ହୃଦରୋଗୀ ମାନଙ୍କ ପାଇଁ ଏକ ସଞ୍ଜୀବନୀ ସଦୃଶ କାମ କରିଥାଏ । ଏହି ଯୋଗ ମୁଦ୍ରାକୁ ମୃତୁ୍ୟ ସଞ୍ଜୀବନୀ ମୁଦ୍ରା ମଧ୍ୟ କୁହାଯାଏ ।
ଏହି ଯୋଗ ମୁଦ୍ରା କରିବା ପାଇଁ ଆସନ ଉପରେ ପଦ୍ମାସନ କିମ୍ବା ସୁଖାସନରେ ବସି ଯାଆନ୍ତୁ । ଆପଣ ଚେୟାର ଉପରେ ବସି ମଧ୍ୟ ଏହି ଆସନକୁ କରିପାରିବେ । ପ୍ରଥମେ ତର୍ଜନୀ ଆଙ୍ଗୁଠି ଆଣି ବୁଢା ଆଙ୍ଗୁଠି ତଳେ ଲଗାନ୍ତୁ ଓ ପରେ ମଝି ଆଙ୍ଗୁଠି ଓ ଅନାମିକା ଆଙ୍ଗୁଠିକୁ ବୁଢା ଆଙ୍ଗୁଠିରେ ଲଗାନ୍ତୁ । କନିଷ୍ଠ ଆଙ୍ଗୁଠିକୁ ସିଧା ରଖନ୍ତୁ । ଏହା ପରେ ଆଖି ବନ୍ଦ କରି ଧ୍ୟାନରେ ବସନ୍ତୁ । ଏହି ମୁଦ୍ରାକୁ ଆପଣ ଯେତେବେଳେ ଚାହିଁଲେ କରିପାରିବେ । ଯଦି ଛାତି ମୁଣ୍ଡ ଯନ୍ତ୍ରଣ ହେଉଥାଏ କିମ୍ବା ଦରଜ ହେଉଥାଏ, ଏହି ମୁଦ୍ରାକୁ ୧୫ ମିନିଟ ଅଭ୍ୟାସ କଲେ ତୁରନ୍ତ ଲାଭ ମିଳିଥାଏ । ଏହି ମୁଦ୍ରାକୁ ହୃଦ ରୋଗୀ ୨୦ ମିନିଟ୍ ଯାଏ ଅଭ୍ୟାସ କରିବା ଉଚିତ୍ ଓ ସୁସ୍ଥ ଲୋକମାନେ ଏହାକୁ ୧୦ ମିନିଟ୍ ଯାଏ ଅଭ୍ୟାସ କରିବା ଆବଶ୍ୟକ । ଯଦି କୌଣସି ରୋଗୀ ହଠାଥ୍ ହାର୍ଟ ଆଟାକ୍ରେ ସମ୍ମୁଖୀନ ହୁଏ, ଡାକ୍ତରଖାନା ନେବା ପର୍ଯ୍ୟନ୍ତ ରୋଗୀକୁ ଆପାନ ବାୟୁ ମୁଦ୍ରା କରାନ୍ତୁ । ଏହା ଦ୍ୱାରା ରୋଗୀ ବେଶି କ୍ଷତି ହେବାରୁ ବଞ୍ଚତ ହୋଇଥାଏ । ଏବଂ ଏହା ସହିତ ସବୁବେଳେ ଖୁସିରେ ରହିବା ଓ ହସିବା ଦ୍ୱାରା ହାର୍ଟ ସୁସ୍ଥ ରହିଥାଏ ।