ଚକ୍ଷୁ ସମସ୍ୟାରୁ ରକ୍ଷା ପାଇବାର ଉପାୟ

ଚକ୍ଷୁ ସମସ୍ୟାରୁ ରକ୍ଷା ପାଇବାର ଉପାୟ

ଚକ୍ଷୁ ସମସ୍ୟାରୁ ରକ୍ଷା ପାଇବାର ଉପାୟ
ସକାଳର ଆରମ୍ଭ ଅଧକପ ଗାଜର ରସରୁ କରିବା ଆବଶ୍ୟକ । ନିୟମିତ ଭାବେ ଏଇ ପାନୀୟ ପିଇଲେ ଖୁବ କମ ଦିନରେ ଚକ୍ଷୁ ସମସ୍ୟା ଦୂର ହୋଇପାରିବ । ଶାଗ, ମୁଗ, ତଥା ବିଭିନ୍ନ ପ୍ରକାରର ଡାଲି ନିୟମିତ ଦ୍ୱିପହର ଓ ରାତି୍ରଭୋଜନରେ ଖାଇବା ଉଚିତ । ନିଶାସେବନ କାରଣରୁ ଚକ୍ଷୁ ସବୁଠୁ ଅଧିକ ପ୍ରଭାବିତ ହୋଇଥାଏ । ଏକ ଲମ୍ବା ସମୟ ଧରି ନିୟମିତ ଭାବେ ନିଶାସେବନ କଲେ ପ୍ରଥମେ ଆଖିରେ କଳା ଦାଗ ଦେଖାଯିବାର ଆରମ୍ଭ ହୁଏ । ସେଇ ସମୟରୁ ସଚେତନ ନ ହେଲେ ଏହି କାରଣରୁ ଆଖି ଉପରେ ଅଧିକ କୁପ୍ରଭାବ ପଡ଼ିଥାଏ । ଖିରରେ ଅଧ ଚାମଚ ଶୁଦ୍ଧ ହଳଦୀ ମିଶାଇ ପିଇଲେ ମଧ୍ୟ ଆଖି ଉପରେ ଉତ୍ତମ ପ୍ରଭାବ ପଡ଼ିଥାଏ । ସ୍ମାର୍ଟଫୋନରେ ଭିଡିଓ ଦେଖିବା ଓ ବିଳମ୍ବିତ ପ୍ରହର ପର୍ଯ୍ୟନ୍ତ ଟିଭି ଦେଖିବା ବଦଭ୍ୟାସଠାରୁ ଦୂରେଇ ରହିବା ଆବଶ୍ୟକ । ପ୍ରତ୍ୟହ ଚୁନା ମାଛ ନିନ ଦ୍ୱିପହର ଭୋଜନରେ ସାମିଲ କରନ୍ତୁ । ଏହା ଆଖି ନିମନ୍ତେ ମହୋଷଧି ପରି କାମ କରିଥାଏ ।