ବଲିଉଡ଼ରେ ପ୍ରବେଶ କରିବେ ପଶ୍ମୀନା ରୋଶନ

ବଲିଉଡ଼ରେ ପ୍ରବେଶ କରିବେ ପଶ୍ମୀନା ରୋଶନ

ବଲିଉଡ଼ରେ ପ୍ରବେଶ କରିବେ ପଶ୍ମୀନା ରୋଶନ
ବଲିଉଡ଼ରେ ପ୍ରବେଶ କରିବାକୁ ପଶ୍ମୀନା ରୋଶନ ଏବେ ପ୍ରସ୍ତୁତ । ତାଙ୍କର ମୁଖ୍ୟ ପରିଚୟ ସେ ପ୍ରସିଦ୍ଧ ଚଳଚ୍ଚିତ୍ର ସଂଗୀତ ନିଦେ୍ର୍ଧଶକ ରୋଶନଙ୍କ ନାତୁଣୀ । ରାଜେଶ ରୋଶନଙ୍କ କନ୍ୟା ଏବଂ ଋତିକ ରୋଶନଙ୍କ ଦାଦା ଝିଅ ଭଉଣୀ । ପଶ୍ମୀନା ଜଣେ ତାଲିମପ୍ରାପ୍ତ ମଞ୍ଚ କଳାକାର । ମୁମ୍ବାଇର ‘ବାରି ଜନ୍ ଆକଟିଂ ସ୍କୁଲ’ରୁ ସେ ଛଅ ମାସ ତାଲିମ ନେବା ପରେ ମଞ୍ଚ ଦୁନିଆରେ ସକି୍ରୟ ଅଛନ୍ତି । ଅଭିନୟ ତାଙ୍କ ରକ୍ତରେ ଅଛି । ତେଣୁ, ଥରେ ସୁଯୋଗ ପାଇଲେ ସେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିବାରେ ସଫଳ ହେବେ ବୋଲି ଆଶା କରାଯାଉଛି । ଆସନ୍ତା ବର୍ଷ ସେ ନିଶ୍ଚିତ ଭାବେ ରୂପେଲି ପରଦାରେ ଦେଖିବାକୁ ମିଳିବେ । ତେବେ ତାଙ୍କୁ ପ୍ରଥମେ କିଏ ସୁଯୋଗ ଦେଉଛନ୍ତି, ଗୁପ୍ତ ରଖାଯାଇଛି । ଶୁଣିବାକୁ ମିଳୁଛି ବଡ଼ବାପା ରାକେଶ ରୋଶନ, ତାଙ୍କୁ ନେଇ ଏକ ଫିଲ୍ମ ତିଆରି କରିବେ । ଆହୁରି ମଧ୍ୟ ଶୁଣାଯାଉଛି ପଶ୍ମୀନାଙ୍କୁ ବାହାରୁ ଏକ ପ୍ରସ୍ତାବ ମିଳିଛି । ତାଙ୍କ ବୟସ ଚବିଶ ବର୍ଷ । ସେ ଅଭିନୟ କରିଥିବା ପ୍ରଥମ ମଞ୍ଚ ନାଟକଟି ଆଇରିସ କବି ଗାଳ୍ପିକ ଔପନ୍ୟାସିକ-ନାଟ୍ୟକାର ଓସକାର ୱାଇଲଡଙ୍କ ନାଟକ ‘ଦ ଇମ୍ପୋର୍ଟାନସ୍ ଅଫ ବିଙ୍ଗ ଅନେଷ୍ଟ’ ଉପରେ ଆଧାରିତ ଥିଲା