ସ୍ମାର୍ଟ ମୁଦି କରିବ ସତର୍କ!

ସ୍ମାର୍ଟ ମୁଦି କରିବ ସତର୍କ!

ସ୍ମାର୍ଟ ମୁଦି କରିବ ସତର୍କ!
ସ୍ମାର୍ଟ ଯୁଗରେ ସ୍ମାର୍ଟ ମୁଦିର ଚାହିଦା ବଢ଼ିବାରେ ଲାଗିଛି । ଇଉରୋପ ଓ ଆମେରିକାରେ ଅଧିକାଂଶ କର୍ମଜୀବୀ ଲୋକ ଏବେ ଏହି ସ୍ମାର୍ଟ ମୁଦିର ବ୍ୟବହାର କରୁଥିବାର ଦେଖାଯାଉଛି । ଆପଣ ନିଜେ ଆପଲ ଆଇ ଫୋନ କିମ୍ବା ଆଣ୍ଡ୍ରଏଡ ଫୋନ ସହାୟତାରେ ଏହି ମୁଦିକୁ ଯୋଗାଯୋଗ କରାଯାଇପାରିବ । ଯେ କୌଣସି ନୋଟିଫିକୌଦ ହେଉ ବାର୍ତ୍ତା ଅବା କଲ ପାଇଁ ଆପଣଙ୍କୁ ଏଥରକ ଫୋନ ବାରମ୍ବାର ଦେଖିବାକୁ ପଡ଼ିବ ନାହିଁ । ମୁଦି ପ୍ରତି ମୁହୂର୍ତ୍ତରେ ବ୍ୟକ୍ତିଙ୍କ ସତର୍କ କରାଇବେ । ବିଭିନ୍ନ ଡିଜାଇନରେ ଏଇ ମୁଦି ଉପଲବ୍ଧ ହେଉଥିବା ବେଳେ ମହିଳା ଗ୍ରାହକ ଏହି ମୁଦି ପିନ୍ଧିବାକୁ ଅଧିକ ପସନ୍ଦ କରୁଛନ୍ତି । ଭାଇବ୍ରେଟ ଆଲର୍ଟରେ ଆପଣ ନୋଟିଫିକେସନ ପାଇପାରିବେ । ଫୋନର ବ୍ୟାଟେରୀ କମ୍ ହେଲେ ମଧ୍ୟ ମୁଦି ପ୍ରତି ୨ ମିନିଟ୍‌ରେ ଥରେ ବାର୍ତ୍ତା ଦେବ । ଏହି ସ୍ମାର୍ଟ ମୁଦିର ମୂଲ୍ୟ ୧୧ ହଜାର ଟଙ୍କାରୁ ଆରମ୍ଭ ହୋଇ ୪୫ ହଜାର ଟଙ୍କା ମଧ୍ୟରେ ରହିଛି । ସ୍ମାର୍ଟ ମୁଦିକୁ ଥରେ ଚାର୍ଜ କଲେ ତାହା ୨୫ ଘଣ୍ଟା ଅନବରତ କାମ କରିପାରିବ ବୋଲି ବିଶେଷଜ୍ଞ ଦଳ ପ୍ରକାଶ କରିଛନ୍ତି । ଉଭୟ ଯୁବପିଢ଼ି ଓ ବୟସ୍କ ବର୍ଗ ଏଇ ମୁଦି ପିନ୍ଧିବାରେ ଆଗ୍ରହ ପ୍ରକାଶ କରୁଥିବାର ଦେଖାଯାଇଛି ।