ଆଜିର ରାଶିଫଳ ୧୩ ଡିସେମ୍ବର ୨୦୧୯(ଶୁକ୍ରବାର)

ଆଜିର ରାଶିଫଳ ୧୩ ଡିସେମ୍ବର ୨୦୧୯(ଶୁକ୍ରବାର)

ଆଜିର ରାଶିଫଳ ୧୩ ଡିସେମ୍ବର ୨୦୧୯(ଶୁକ୍ରବାର)
ମେଷ: ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ୱଭାବର ହେବେ। ସରଳ ପ୍ରକୃତି ଓ ମଧୁରଭାଷା ଯୋଗୁଁ ଆଦରଣୀୟ ହେବେ। ଚୋରି ଭୟ ଅଛି। ଆର୍ଥିକ କ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। କର୍ମକ୍ଷେତରେ ଉତ୍ସାହ ବୃଦ୍ଧି ପାଇବ। ବୃଷ: ମିତ୍ର ସୁଖ ଲାଭ କରିପାରନ୍ତି। ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି। ବ୍ୟବସାୟ ଲାଭଜନକ ହୋଇପାରେ। ଅଶାନ୍ତ ମନକୁ ଶାନ୍ତ କରିବାର ଉଦ୍ୟମ ଚଳାଇ ପାରନ୍ତି। ଭାଗ୍ୟର ପରିବର୍ତ୍ତନ ଘଟିବ। ସ୍ତ୍ରୀ ବିଳାସୀ ହେବେ। ମିଥୁନ: ଆତ୍ମସନ୍ତୋଷ ମିଳିପାରେ। ମୋକଦ୍ଦମାରେ ବିଜୟୀ ହୋଇ ଅର୍ଥ ପ୍ରାପ୍ତ ହୋଇପାରନ୍ତି। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ଐଶ୍ୱର୍ୟ୍ୟଯୁକ୍ତ ହେବାକୁ ଉଦ୍ୟମ ଜାରି ରଖିବେ। କର୍କଟ: ଚଞ୍ଚଳ ସ୍ୱଭାବର ହେବେ। ଏକାନ୍ତରେ ସମୟ ବିତାଇବାକୁ ଇଚ୍ଛା କରିବେ। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇପାରେ। ବନ୍ଧୁ ସହଯୋଗ ମିଳିପାରେ। କାର୍ୟ୍ୟ ବିଳମ୍ବିତ ହେବ। ଥଣ୍ଡା-କଫଜନିତ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। ସିଂହ: ଚଞ୍ଚଳ ପ୍ରକୃତିର ହେବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ସନ୍ତାନମାନେ ଗୁଣୀ ଓ ସମ୍ପତ୍ତିବାନ୍ ହେବେ। ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହେବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। କନ୍ୟା: ଦୟାଳୁ ସ୍ୱଭାବର ହୋଇପାରନ୍ତି। ବିଭାଗୀୟ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବ୍ୟବସାୟୀ ହେବେ। ଯଶସ୍ୱୀ ହେବେ। ଚିନ୍ତା ଦୂରେଇ ଯିବ। ଦିନଟି ଶ୍ରମ ବହୁଳ ହୋଇପାରେ। କୁଳଦୀପକ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ରହିବେ। ତୁଳା: ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ୱାନ, ସାହସୀ ଓ ସମ୍ପତ୍ତିବାନ୍ ହୋଇପାରନ୍ତି। ଉତ୍ସବାଦିରେ ଯୋଗଦାନ କରିପାରନ୍ତି। ଭାଗ୍ୟଶାଳୀ ହେବେ। ଦିନଟି ଭୋଗ-ବିଳାସରେ ଅତିବାହିତ କରିପାରନ୍ତି। ବିଛା: ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ଅଷ୍ଟମ ଚନ୍ଦ୍ର ଭୋଗହେତୁ ସତର୍କରେ ଚଳିବାକୁ ପଡ଼ିବ। କାର୍ୟ୍ୟକ୍ଷେତ୍ର କଷ୍ଟସାଧ୍ୟ ହେବ। କଳହ ଠାରୁ ଦୂରେଇ ରହିବାକୁ ଚେଷ୍ଟା କରିବେ। ସ୍ୱାଭିମାନୀ ହେବେ। ଧନୁ: ବ୍ୟବସାୟ ଲାଭଜନକ ହେବ। ସମାଜ ସେବୀ ଭାବେ ସୁନାମ ଅର୍ଜନ କରିବେ। ଶାନ୍ତ ଓ ଧୈର୍ୟ୍ୟବାନ୍ ହୋଇପାରନ୍ତି। ପତ୍ନୀଙ୍କ ପରାମର୍ଶ ଉପାଦେୟ ହୋଇପାରେ।ଉପଜିଥିବା ସମସ୍ତ ଅସୁବିଧା ଦୂର ହେବ। ବନ୍ଧୁ ସହଯୋଗ ପାଇ ଖୁସି ହୋଇପାରନ୍ତି। ମକର: ଚାକିରିରେ ସୁନାମ ମିଳିବ। ନୂତନ ଗାଡ଼ି କ୍ରୟ କରିବାର ସୁଯୋଗ ଅଛି। ଭାଇମାନଙ୍କ ଉପରେ ସ୍ନେହ ଭାବ ରହିବ। ଶକ୍ତିମାନ୍ ହେବେ। ଦୀର୍ଘାୟୁ ହେବେ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ଶତ୍ରୁହନ୍ତା ହେବାର ସୂଚନା ମିଳୁଛି। କିଛି ଅଶୁଭ ଫଳର ସୂଚନା ମିଳୁଛି। କୁମ୍ଭ: ଆକସ୍ମିକ ଧନଲାଭର ସୂଚନା ମିଳୁଛି। ବ୍ୟବସାୟରେ ପ୍ରଚୁର ଧନଲାଭ ହେବ। ଧାର୍ମିକ ଓ ତେଜସ୍ୱୀ ହେବେ। ଶୁଭକାର୍ୟ୍ୟରେ ଯୋଗଦାନ କରି ସମ୍ମାନିତ ହୋଇପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। କନ୍ୟା ସନ୍ତାନଙ୍କ ଦ୍ୱାରା ଉପକୃତ ହେବେ। ମୀନ: ଉଦାର ସ୍ୱଭାବର ହେବେ। ଦାନଶୀଳ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। କୃଷି କର୍ମକାରୀ ହେବେ। ଜଳ ପ୍ରତି ଆଦର ପ୍ରେମୀ ଓ ବୁଦ୍ଧିମାନ୍ ହୋଇପାରନ୍ତି। ଯାତ୍ରାକାଳୀନ କ୍ଳାନ୍ତି ଅନୁଭବ କରିପାରନ୍ତି। କଳହଠାରୁ ନିଜକୁ ଦୂରେଇ ରଖିବେ।