ପୁଣି ନୂଆ ଅନ୍ଦାଜରେ ‘ପଙ୍କଜ-ଶାହିଦ’ ଯୋଡ଼ି

ପୁଣି ନୂଆ ଅନ୍ଦାଜରେ ‘ପଙ୍କଜ-ଶାହିଦ’ ଯୋଡ଼ି

ପୁଣି ନୂଆ ଅନ୍ଦାଜରେ ‘ପଙ୍କଜ-ଶାହିଦ’ ଯୋଡ଼ି
ବାପା ପଙ୍କଜ କପୁରଙ୍କ ସହ ଦ୍ୱିତୀୟ ଥର ବଡ଼ପରଦାରେ କାମ କରିବାକୁ ସୁଯୋଗ ପାଇଛନ୍ତି ଶାହିଦ କପୁର । ପୂର୍ବରୁ ଦୁହେଁ ‘ଶାନଦାର’ ଚଳଚ୍ଚିତ୍ରରେ କାମ କରିଥିଲେ । ଏଥିରେ ସେମାନେ ଶ୍ୱଶୁର-ଜ୍ୱାଇଁ ଭୂମିକାରେ ଦେଖାଦେଇଥିବା ବେଳେ ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଆଦୌ ଭଲ ବ୍ୟବସାୟ କରିନଥିଲା । ଏବେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜର୍ସିର ରିମେକରେ ଦୁହେଁ ପୁଣି ସୁଯୋଗ ପାଇଛନ୍ତି । ଏଥରକ ରିଲ ଜୀବନରେ ମଧ୍ୟ ସେମାନେ ବାପା ପୁଅ ଭୂମିକାରେ ଅଭିନୟ କରିବେ ବୋଲି ସ୍ପଷ୍ଟ ହୋଇଛି । ଗୌତମ ତିନ୍ନୋରୀ ନିଦେ୍ର୍ଧଶିତ ଏଇ ଚଳଚ୍ଚିତ୍ରରେ ଅନ୍ୟତମ ଭୂମିକାରେ ସାଇ ମଞ୍ଜେରକର ଦେଖାଦେବେ । ନିଦେ୍ର୍ଧଶକ ଗୌତମଙ୍କ ମତରେ ପଙ୍କଜ ସାର ବଲିଉଡ଼ର ଜଣେ ଦମଦାର କଳାକାର । ଚରିତ୍ର ସମ୍ପର୍କରେ ଶୁଣିବାର କିଛି ଘଣ୍ଟା ପରେ ପଙ୍କଜ ସାର୍ ଫୋନ୍ରେ ନିଜ ସମ୍ମତି ଜଣାଇଥିଲେ । ଆସନ୍ତା ସପ୍ତାହରେ ଚଣ୍ଡିଗଡ଼ରେ ଏହାର ପ୍ରଥମ ଭାଗ ସୁଟିଂ ଆରମ୍ଭ ହେବାକୁ ଯାଉଛି । ପ୍ରଯୋଜକ ଅମନ୍ ଗିଲ୍ କହିଛନ୍ତି ଆସନ୍ତା ବର୍ଷ ଅଗଷ୍ଟ ୨୮ରେ ଚଳଚ୍ଚିତ୍ରଟି ମୁକ୍ତିଲାଭ ହେବାର ଯୋଜନା ରହିଛି ।