ଦମଦାର ଆକ୍ସନ ଭୂମିକାରେ ଜନ୍... ‘ଆଟାକ୍’

ଦମଦାର ଆକ୍ସନ ଭୂମିକାରେ ଜନ୍... ‘ଆଟାକ୍’

ଦମଦାର ଆକ୍ସନ ଭୂମିକାରେ ଜନ୍... ‘ଆଟାକ୍’
ନିକଟରେ ଆବ୍ରାହମ, ଅନିଲ କପୁର ଅଭିନୀତ କମେଡ଼ି ଫିଲ୍ମ ‘ପାଗଲପନ୍ତି’ ସର୍ବଭାରତୀୟ ସ୍ତରରେ ମୁକ୍ତିଲାଭ କରିଛି । ଚଳଚ୍ଚିତ୍ରଟି ହିଟ୍ ତାଲିକାଭୁକ୍ତ ହୋଇଛି । ଦର୍ଶକ କିନ୍ତୁ ଜନଙ୍କୁ ଆକ୍ସନ ଭୂମିକାରେ ଦେଖିବାକୁ ଅଧିକ ଆଗ୍ରହୀ । ଚଳିତ ବର୍ଷ ତାଙ୍କ ଅଭିନୀତ ‘ବାଟଲା ହାଉସ’ ଅଗଷ୍ଟ ୧୫ ରେ ମୁକ୍ତିଲାଭ କରି ବେଶ ଭଲ ବ୍ୟବସାୟ କରିଥିଲା । ଏଣୁ ଦର୍ଶକ ମହଲରେ ଜିଦ୍ ଯେ ଜନ ପୁନର୍ବାର ସେଭଳି ଆକ୍ସନ ଚଳଚ୍ଚିତ୍ର ଭେଟି ଦିଅନ୍ତୁ । ଜନ ମଧ୍ୟ ପ୍ରଶଂସକଙ୍କୁ ଶୁଭ ଖବର ଶୁଣାଇ ଦେଇଛନ୍ତି । ତାଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ଆଟାକ’ ଆସନ୍ତା ବର୍ଷ ଅଗଷ୍ଟ ୧୫ରେ ମୁକ୍ତିଲାଭ କରିବ ବୋଲି ସେ ଘୋଷଣା କରିଛନ୍ତି । ଏଥିରେ ତାଙ୍କ ସହ ସହ କଳାକାର ଭାବେ ରାକୁଲ ପ୍ରୀତ ଓ ଜ୍ୟାକଲିନ ଫର୍ଣ୍ଣାଡିଜ୍ ଦେଖାଦେବେ । ଚଳଚ୍ଚିତ୍ରର ନିଦେ୍ର୍ଧଶନା ଲକ୍ଷ ରାଜ୍ ଆନନ୍ଦ ଦେଇଥିବା ବେଳେ ରାଜସ୍ଥାନରେ ଏହାର ସୁଟିଂ ଚାଲିଛି । ଆକ୍ସନ ଥ୍ରିଲର ଏଇ ଚଳଚ୍ଚିତ୍ର ନିମନ୍ତେ ଜନ୍ ବିଶେଷ ସମରକଳା ତାଲିମ ନେଇଥିବାର ପ୍ରକାଶ ।