ସ୍ମୃତିଶକ୍ତି ଓ ନିଦର ନିବିଡତା

ସ୍ମୃତିଶକ୍ତି ଓ ନିଦର ନିବିଡତା

ଆନ୍ତର୍ଜାତୀୟ ନୁ୍ୟରୋସାଇକୋଲେଜିକାଲ ସୋସିାଇଟି ଗବେଷକ ଦଳଙ୍କ ଅନୁସନ୍ଧାନ ଅନୁସାରେ ପ୍ରତ୍ୟେକ ବର୍ଗ ଓ ବୟସର ଲୋକ ଦୈନିକ ୭-୮ ଘଂଟା ଶୋଇବା ନିତାନ୍ତ ଜରୁରୀ । ଭଲଭାବେ ନିଦ ନ ହେଲେ ତହିଁ ଆରଦିନ ଆମ କାର୍ଯ୍ୟଶୈଳୀ ଉପରେ ଏହାର କୁପ୍ରଭାବ ପଡିଥାଏ । ଏହା ସହ ଆମ ସ୍ମୃତିଶକ୍ତି ମଧ୍ୟ ଦୁର୍ବଳ ହୋଇଥାଏ ବୋଲି ପରୀକ୍ଷାରୁ ପ୍ରମାଣିତ ହୋଇଛି । ଅନିଦ୍ରା ରହିଲେ ବିଭିନ୍ନ ଶାରୀରିକ ସମସ୍ୟା ଉପୁଜେ । ଏହା କାରଣରୁ ଅବସାଦ ଭାବ ସହ ଚିଡଚିଡା ମଧ୍ୟ ଲାଗେ । ଭଲ ଭାବେ ଶୋଇଲେ ମାନସିକ ସ୍ଥିତି ଠିକ ରହିବା ସହ ଶର୍ଯ୍ୟା ତ୍ୟାଗ ପରେ ଜଣେ ବ୍ୟକ୍ତି ସୁସ୍ଥ ଅନୁଭବ କରିଥାଏ ବୋଲି ଗବେଷଣାରୁ ପ୍ରମାଣିତ ।