କରୋନାକୁ ମାତ୍ ଦେବ ଏହି ଜୁସ୍

କରୋନାକୁ ମାତ୍ ଦେବ ଏହି ଜୁସ୍

କରୋନାକୁ ମାତ୍ ଦେବ ଏହି ଜୁସ୍
ଦିନକୁ ଦିନ କରୋନା ସଂକ୍ରମଣ ସୀମା ଟପୁଛି । କରୋନାକୁ ସମୂଳେ ବିନାଶ କରିବା ଲାଗି ବିଶେଷଜ୍ଞମାନେ ପ୍ରାଣପ୍ରଣେ ଚେଷ୍ଠା ଜାରି ରଖିଛନ୍ତି । ପ୍ରାକୃତିକ ଉପାୟରେ କିପରି ଶରୀରରେ ଇମୁ୍ୟନିଟି ବଢାଯାଇପାରିବ ଓ ଆଣ୍ଟିବଡି ତିଆରି କରିହେବ ସେଥିପ୍ରତି ଲୋକେ ଗୁଗୁଲ ସର୍ଚ୍ଚ ମଧ୍ୟ କରୁଛନ୍ତି । ଆପଣମାନେ ସମସ୍ତେ ଜାଣନ୍ତି ଲେମ୍ବୁରେ ଅନେକ ଔଷଧୀୟ ଗୁଣ ରହିଛି । ବହୁ ପୁରାତନ କାଳରୁ ଆମେ ଶରୀରରେ ଜଳୀୟଅଂଶ ବୃଦ୍ଧି ପାଇଁ ଆମେ ଲେମ୍ବୁ ପାଣିକୁ ବ୍ୟବହାର କରିଆସୁଛୁ । ତେବେ ବଡ କଥା ହେଉଛି ସେହି ଲେମ୍ବୁପାଣି ଏବେ ଆପଣଙ୍କୁ କରୋନା କବଳରୁ ରକ୍ଷା କରିବ । ଏହି କରୋନା କାଳରେ ଲେମ୍ବୁପାଣି କରୋନା ବିରୋଧରେ ଲଢେଇ କରୁଛି । ପ୍ରତିଦିନ ସକାଳେ ଉଷୁମ୍ ପାିଣିରେ ଲେମ୍ବୁ ଓ ଲୁଣ ମିଶାଇ ପିଇଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ଏବଂ ଏହା ବିଦେଶୀ ଭୂତାଣୁ ସହ ଲଢେଇ କରିବାରେ ସହାୟକ ହୋଇଥାଏ ବୋଲି ନୋଏଡା ସ୍ଥିତ ଫୋରଟ୍ସି ହସ୍ପିଟାଲର ମୁଖ୍ୟ ନିୁ୍ୟଟ୍ରିସନିଷ୍ଟ ଡାକ୍ତର ନମିତା ନାଦାର ସୂଚନା ଦେଇଛନ୍ତି । ପ୍ରସ୍ତୁତି: ପ୍ରଥମେ ଗୋଟିଏ ଗ୍ଲାସ ଉଷୁମପାଣି ନିଅନ୍ତୁ । ଏଥରେ ଏକରୁ ଦୁଇ ଚାମଚ ଲେମ୍ବୁ ରସ ମିଶାନ୍ତୁ । ପରେ ସେଥିରେ ଗୋିଟିଏ ଚାମଚର ଏକ ଚତୁର୍ଥାଂଶ ଲୁଣ ମିଶାଇ କିଛି ସମୟ ଗୋଳାଇ ସେବନ କରନ୍ତୁ । ଲେମ୍ବୁରେ ପ୍ରଚୁର ପରିମାଣରେ ଭିଟାମିନ ସି ଓ ଆଣ୍ଟିଅକ୍ସିଡାଣ୍ଟ ରହିଛି ଯାହା ଥଣ୍ଡା ଓ ଭାଇରାଲ ଜ୍ୱର ବିରୋଧରେ ଲଢେଇ କରିବା ସହ ହୃଦରୋଗ ସମସ୍ୟା, କିଡନୀ ଷ୍ଟୋନ ପାଇଁ ଏକ ସଞ୍ଜିବନୀ ସଦୃଶ କାମ କରିଥାଏ । ଏହାକୁ ଆପଣ ସକାଳେ ପିଇ ପାରିବେ । ସେହିପରି ଏହାକୁ ଗ୍ରୀନ ଟି ଆକାରରେ ଦିନରେ ଯେତେବେଳେ ଇଚ୍ଛା ସେତେବେଳେ ପିଇ ପାରିବେ ବୋଲି ଡାକ୍ତର ସୂଚନା ଦେଇଛନ୍ତି ।