ଡବଲ ପଦକ, ଡବଲ ଖୁସି

ଡବଲ ପଦକ, ଡବଲ ଖୁସି

ଡବଲ ପଦକ, ଡବଲ ଖୁସି


ଭୁବନେଶ୍ୱର: ପାରାଲିମ୍ପିକ୍ସରେ ପୁଣି ଭାରତକୁ ବଡ଼ ସଫଳତା । ଏଥର ସୁଟିଂରେ ଡବଲ ପଦକ ହାତେଇଛି ଭାରତ । ଭାରତୀୟ ସୁଟର ମନୀଷ ନରୱାଲ ସୁଟିଂରେ ରେକର୍ଡ ସୃଷ୍ଟି କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଅନ୍ୟପକ୍ଷେ ସିଂହରାଜ ସୁଟିଂରେ ରୌପ୍ୟ ପଦକ ଜିତିଛନ୍ତି । ଏହି ଡବଲ ଖୁସିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି, କ୍ରୀଡ଼ାବିତ ଅଭିନନ୍ଦନ ଜଣାଇଛନ୍ତି । 

୫୦ ମିଟର ପିସ୍ତଲ ଏସ୍‌ଏଚ୍‌-୧ ବର୍ଗରେ ଭାରତକୁ ଏହି ସଫଳତା ମିଳିଛି। ଏଥିସହ ଭାରତର ପଦକ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି। ଭାରତକୁ ୧୫ଟି ପଦକ ମିଳି ସାରିଥିବା ବେଳେ ପ୍ରମୋଦ ଭଗତ ଓ ସୁହାସ ୟାଥିରାଜ ଫାଇନାଲରେ ପ୍ରବେଶ କରି ମେଡାଲ ପକ୍କା କରିଛନ୍ତି।

ଏହାପୂର୍ବରୁ ସିଂହରାଜ ମଙ୍ଗଳବାର ଦିନ ପୁରୁଷ ୧୦ ମିଟର୍ ଏୟାର ପିସ୍ତଲ ଏସଏଫ୍-୧ ଇଭେଣ୍ଟରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଥିଲେ। ମନୀଷ ଚଳିତ ଅଲିମ୍ପିକ୍ସରେ ଭାରତ ପାଇଁ ତୃତୀୟ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହାପୂର୍ବରୁ ଭାରତ ପାଇଁ ଶୁଟିଂରେ ଅବନୀ ଓ ଜାଭେଲିନ ଥ୍ରୋରେ ସୁମିତ ଅନ୍ତିଲ ସ୍ୱର୍ଣ୍ଣ ପଦକ ଜିତିଥିଲେ।

ଆଜିର ୧୦ ମିଟର ପିସ୍ତଲ ଏସଏଚ୍‌-୧ର ଫାଇନାଲରେ ମୁକାବିଲାରେ ଉଭୟ ମନୀଷ ଓ ସିଂହରାଜ ଦମଦାର ପ୍ରଦର୍ଶନ କରିଥିଲେ। ମନୀଷ ପାରାଲିମ୍ପିକ୍ସ ସବୁ ପୁରୁଣା ରେକର୍ଡ ଭାଙ୍ଗି ୨୧୮.୨ ପଏଣ୍ଟ ହାସଲ କରିଛନ୍ତି। ଏଥିସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେହିପରି ସିଂହରାଜ ୨୧୬.୭ ପଏଣ୍ଟ ସ୍କୋର କରି ରୌପ୍ୟ ପଦକ ଜିତିଛନ୍ତି।ସିଂହରାଜ ଚଳିତ ପାରାଲିମ୍ପିକ୍ସରେ ଅବନୀ ଲଖେରାଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ ଦୁଇଟି ପଦକ ଜିତିବାର ରେକର୍ଡ କରିଛନ୍ତି। ସେହିପରି ପାରାଲିମ୍ପିକ୍ସରେ ଗୋଟିଏରୁ ଅଧିକ ପଦକ ଜିତିବାରେ ସେ ୫ମ ଭାରତୀୟ। ତାଙ୍କ ପୂର୍ବରୁ ଯୋଗିନ୍ଦର ସିଂହ ବେଦୀ, ଦେବେନ୍ଦ୍ର ଝାଝାରିଆ, ମରିୟାପ୍ପନ ଥାଙ୍ଗାଭେଲୁ ଓ ଅବନୀ ଲେଖାର ଏହି କୀର୍ତ୍ତିମାନ ସ୍ଥାପନ କରିଥିଲେ।