ଏହି ସ୍ଥାନରେ ସମସ୍ତଙ୍କ ଘରେ ଥାଏ ବିମାନ ।

ଏହି ସ୍ଥାନରେ ସମସ୍ତଙ୍କ ଘରେ ଥାଏ ବିମାନ ।

ଏହି ସ୍ଥାନରେ ସମସ୍ତଙ୍କ ଘରେ ଥାଏ ବିମାନ ।
ଫ୍ଲୋରିଡା ଅନ୍ତର୍ଗତ ସ୍ପ୍ରୁସ କ୍ରିକ ସମ୍ପର୍କରେ ସବୁଠାରୁ ଉଲ୍ଲେଖନୀୟ କଥାଟି ହେଉଛି, ସେଠାରେ ବାସ କରୁଥିବା ସବୁ ପରିବାରର ନିଜସ୍ୱ ବିମାନ ଅଛି । ବହୁ ପରିବାର ମାଲିକାନାରେ ଏକାଧିକ ବିମାନ ମଧ୍ୟ ଅଛି । ସେଠାକାର ବାସିନ୍ଦାଙ୍କ ସଂଖ୍ୟା ପାଞ୍ଚ ହଜାର, ଘର ସଂଖ୍ୟା ତେର ଶହ ଏବଂ ବିମାନ ରହିବା ପାଇଁ ଉଦ୍ଦିଷ୍ଟ ହାଙ୍ଗର ସଂଖ୍ୟା ସାତ ଶହ । ବାସିନ୍ଦାଙ୍କ ଘରେ ଅନ୍ୟ ଯାନ ବାହନ ମଧ୍ୟ ଅଛି । ବହୁ ପ୍ରକାରର ମୂଲ୍ୟବାନ ମୋଟର ବାଇକ ଓ କାର ସେଠାରେ ଦେଖିବାକୁ ମିଳେ । ସେଠାରେ ସମସ୍ତେ ଧନୀ । ସ୍ପ୍ରୁସ କ୍ରିକ ମୁଖ୍ୟତଃ ଚିକିତ୍ସକ, ଆଇନଜୀବୀ, ଚଳଚ୍ଚିତ୍ର ଓ ସଂଗୀତ ଦୁନିଆ ସହ ସମ୍ପୃକ୍ତ ପେସାଦାରଙ୍କ ବାସସ୍ଥାନ । ସେଠାକାର ପ୍ରାୟ ସମସ୍ତ ପ୍ରାପ୍ତ ବୟସ୍କ ବିମାନ ଉଡ଼ାଇବାରେ ପ୍ରବୀଣ । ପେସାଦାର ହୋଇ ନଥିଲେ ହେଁ ଆକାଶରେ ବିମାନରେ ନାନା ଚମତ୍କାରୀ ଦେଖାଇପାରନ୍ତି । ସେଠାରେ ବିମାନ ଉଡ଼ିବା ପାଇଁ ଥିବା ରନ-ୱେ ସ୍ଥାନୀୟ ବାସିନ୍ଦାଙ୍କ ମିଳିତ ସମ୍ପତ୍ତି । କୌଣସି ସରକାରୀ ହସ୍ତକ୍ଷେପ ନାହିଁ । ସେଠାକାର ଘରୋଇ ନିରାପତ୍ତା ବ୍ୟବସ୍ଥା ଅତ୍ୟନ୍ତ ଉଚ୍ଚ ମାନର । ପୂର୍ବାନୁମତି ବିନା କେହି ପ୍ରବେଶ କରିପାରିବେ ନାହିଁ ।