ଜାଣନ୍ତୁ ଅଁଳାର ଔଷଧୀୟ ଗୁଣ

ଜାଣନ୍ତୁ ଅଁଳାର ଔଷଧୀୟ ଗୁଣ

ଜାଣନ୍ତୁ ଅଁଳାର ଔଷଧୀୟ ଗୁଣ
ଆୟୁର୍ବେଦରେ ଅଁଳା ଫଳର ଉପଯୋଗୀତା ସମ୍ପର୍କରେ ଅନେକ ବର୍ଣ୍ଣନା କରାଯାଇଛି । ଅନେକ ବର୍ଷ ପୂର୍ବେ ଏହି ଫଳର ବ୍ୟବହାର କରାଯାଇ ବିଭିନ୍ନ ରୋଗର ଉପଚାର କରାଯାଉଥିଲା । ଭିଟାମିନ ସିର ଉତମ ସ୍ରୋତ ଭାବେ ଜଣାଯାଉଥିବା ଏହି ଫଳକୁ ନିୟମିତ ଖାଇବା ସ୍ୱାସ୍ଥ୍ୟ ଉପରେ ଅନେକ ଉତମ ପ୍ରଭାବ ପକାଇ ଥାଏ । ମିଥିଳାର ବୟୋଜ୍ୟଷ୍ଠ ଆୟୁର୍ବେଦ ବିଶେଷଜ୍ଞଙ୍କ ମତରେ ଅଁଳାକୁ ପ୍ରତ୍ୟହ ଖାଇଲେ ତାହା ରକ୍ତଶୋଧକ, ପାଚକ, ଅଜୀର୍ଣ୍ଣ, ବଦହଜମୀ ନିମନ୍ତେ ମହୋଷଧି ପରି କାମ କରିଥାଏ । ଯୁବତୀ ତଥା ମହିଳାମାନେ ନିରନ୍ତର ଅଁଳାଗୁଣ୍ଡ କିମ୍ବା ଅଁଳା ଫଳ ଖାଇଲେ ସେମାନଙ୍କ କେଶ ଝଡିବା ସମସ୍ୟା ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇ ଯାଇଥାଏ । ଏହା ସହ ତ୍ୱଚାର ମଧ୍ୟ ଚମକ ଆସିଥାଏ । ପିଲାଦିନୁ ନିୟମିତ ଭାବେ ଅଳ୍ପ ପରିମାଣରେ ଅଁଳା ଖାଇବାର ଅଭ୍ୟାସ କଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼େ ।